କେସ୍‌ ଫାଇଲ୍‌ ବିନା ଓକିଲ, ବ୍ୟାଟ୍‌ ବିନା ସଚିନଙ୍କ ପରି

ନୂଆଦିଲ୍ଲୀ : କେସ ଫାଇଲ୍‌ ନଥାଇ କୋର୍ଟରେ ଉପସ୍ଥିତ ରହୁଥିବା ଓକିଲଙ୍କୁ ନେଇ ଶୁକ୍ରବାର ଦିନ ପ୍ରଧାନ ବିଚାରପତି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆଗରେ ଉପସ୍ଥିତ ଥିବା ଜଣେ ଓକିଲ ବିନା କେସ ଫାଇଲ୍‌ରେ କୋର୍ଟରୁମ୍‌ରେ ଉପସ୍ଥିତ ଥିବାରୁ ଖଣ୍ଡପୀଠ ତାଙ୍କୁ ସମାଲୋଚନା କରିଛନ୍ତି।

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, କେସ ଫାଇଲ୍‌ ବିନା ଜଣେ ଓକିଲ, ବ୍ୟାଟ୍‌ ବିନା ‌ସଚିନ ତେନ୍ଦୁଲକରଙ୍କ ପରି। ଏହା ଆଦୌ ଗ୍ରହଣୀୟ ନୁହେଁ। ଆପଣ ଆପଣଙ୍କ ପୋଷାକରେ ଅଛନ୍ତି କିନ୍ତୁ ପାଖରେ କେସ୍‌ ବିବରଣୀ ନାହିଁ। ଆପଣମା‌ନେ ସବୁବେଳେ କେସ ଫାଇଲ୍‌କୁ ପାଖରେ ରଖିବା ଉଚିତ ବୋଲି ସିଜେଆଇ ଓକିଲଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର