ଭାରସାମ୍ୟ ହରାଇ ୩୩୦ଫୁଟ ଉଚ୍ଚରେ ଝୁଲି ରହିଥିବା ଟ୍ରକ ଭିତରେ ତିନିଦିନ ରହିଥିଲେ ଚାଳକ

ନୂଆଦିଲ୍ଲୀ: ପ୍ରତିବର୍ଷ ବିଶ୍ୱରେ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି । ଅନେକ ଲୋକ ବହୁତ ଭାଗ୍ୟବାନ ହୋଇଥାଆନ୍ତି ଯେଉଁମାନେ  ଏଭଳି ବିପଜ୍ଜନକ ଦୁର୍ଘଟଣା ଘଟିବା ପରେ ବି ଜୀବନ ନେଇ ଫେରି ଥାଆନ୍ତି। ଏମିତି ଜଣେ ଭାଗ୍ୟବାନ ମଣିଷ ହେଉଛନ୍ତି ଚୀନର ଟ୍ରକ ଚାଳକ। ଯିଏକି ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ୩୩୦ଫୁଟ ଉଚ୍ଚରେ ଫସି ରହିଥିଲେ। ଆଉ ତିନିଦିନ ପରେ ଜୀବନ ନେଇ ଫେରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଉତ୍ତର ଚାଇନାରେ ଏହି ଘଟଣା ଘଟିଛି । ୩୩୦ ଫୁଟ ଉଚ୍ଚରେ ନିର୍ମିତ ରାସ୍ତାରେ ଚାଳକ ତାଙ୍କ ଟ୍ରକ ନେଇ କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ସମୟରେ ତାଙ୍କ ଟ୍ରକ୍ ଖସିପଡି ଭୂମି ଠାରୁ ୩୩୦ ଫୁଟ ଉଚ୍ଚରେ ଝୁଲି ରହିଥିଲା। ଏହି ଘଟଣାର ଫଟୋ ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ।

ପ୍ରକାଶିତ ରିପୋର୍ଟ ମୁତାବକ, ଟ୍ରକ ସହିତ ଯେଉଁ ରାସ୍ତାରେ ଦୁର୍ଘଟଣା ଘଟିଥିଲା ତାହା ପାହାଡ ପାର୍ଶ୍ୱରେ ଥିଲା। ଆଶ୍ଚର୍ଯ୍ୟର କଥା, ଟ୍ରକରେ ଉପସ୍ଥିତ ଥିବା ଚାଳକ ତିନି ଦିନ ଧରି ଏହି ଟ୍ରକରେ ଫସି ରହିଥିଲେ। ଆପଣ ଫଟୋରେ ଦେଖି ପାରୁଥିବେ କି ଟ୍ରକର ଅଧା ଅଂଶ ରାସ୍ତାରେ ଥିବା ବେଳେ ବାକି ଅଂଶ ତଳକୁ ଝୁଲି ରହିଛି। ଯେଉଁଠାରେ ଏହି ଦୁର୍ଘଟଣା ଘଟିଲା, ସେଠାରେ ବଡ ବଡ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତୁଷାରପାତ ହେତୁ ରାସ୍ତା ମଧ୍ୟ ଖରାପ ଥିଲା। ଫଳସ୍ୱରୂପ ଟ୍ରକଟି ନିୟନ୍ତ୍ରଣ ହରାଇ ଖସିପଡ଼ିଥିଲା।

ଜାନୁଆରି ୨‌ରେ ଏହି ଘଟଣା ଘଟିଥିବା କୁହାଯାଉଛି। ଏହା ପରେ ଟାଉନିଙ୍ଗ ସେବା ଲୋକମାନେ ଜାନୁଆରି ୪ ରେ ଚାଳକଙ୍କୁ ମୃତ୍ୟୁ ମୁଖରୁ

ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର