ମୁମ୍ବାଇ: ଶେଷରେ ୫୨ ବର୍ଷିଅ ମଡେଲ୍ ମିଲିନ୍ଦ ସୋମନ ତାଙ୍କର ୨୩ ବର୍ଷୀୟା ପ୍ରେମିକା ଅଙ୍କିତା କନଓ୍ଵାରଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବ ସହିତ ହଳଦୀ, ମେହନ୍ଦେୀ ଆଦି ସବୁକିଛି ବଡ଼ ଧୁମ୍ଧାମରେ ପାଳନ ହୋଇଯାଛି। ମିଲିନ୍ଦ ଓ ସୋମନଙ୍କ ବିବାହ ପୂରାପୂରି ପାରମ୍ପରିକ ଭାରତୀୟ ରୀତିନୀତି ଅନୁସାରେ ଆୟୋଜିତ ହୋଇଯାଇଛି। ଏହି ନବବିବାହିତ ଦମ୍ପତିଙ୍କର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ସେ ତାଙ୍କା ବିବାହ ଭୋଜି ଦେବାର ଯୋଜନା ରଖିଛନ୍ତି। ମାତ୍ର କେଉଁଠି ଦେବେ ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ। ସେ ତାଙ୍କର ବୟସ ତାରତମ୍ୟକୁ ନେଇ ସୋସିଆଲ୍ ମିଡିଆରେ ସମାଲୋଚନାର ବିଷୟବସ୍ତୁ ପାଲଟିଛନ୍ତି। ମିଲିନ୍ଦ ପୂର୍ବରୁ ଅନେକ ଯୁବତୀଙ୍କ ସହ ଡେଟିଂରେ ଯାଇଥିବାର ସୂଚନା ରହିଛି। ଯାହା ବି ହେଉ ଶେଷରେ ସେ ଅଙ୍କିତାଙ୍କୁ ବିବାହ କରିଛନ୍ତି।
ନିକଟରେ ଏକ ସାକ୍ଷାତକାର୍ରେ ଅଙ୍କିତା କହିଥିଲେ କି ସେ ଏବେ ଖୁବ୍ ସାନ। ତାଙ୍କର ଏଇ କିଛି ବର୍ଷ ଭିତରେ ବିବାହ କରିବାର ଯୋଜନା ନାହିଁ। ମିଲିନ୍ଦ ଏକଥା ନିଶ୍ଚୟ ବୁଝିବେ। ମାତ୍ର ଏହି ସାକ୍ଷାତକାରର ମାତ୍ର ଦିନ କେଇଟାରେ ଅଙ୍କିତା ମିଲିନ୍ଦଙ୍କୁ ବିବାହ କରିଛନ୍ତି।