ଗରମ ପାଣିରେ ଗାଧୋଇବା ସମୟରେ ଯଦି କୌଣସି ବ୍ୟକ୍ତି ତାଙ୍କର କେଶକୁ ଗରମ ପାଣିରେ ବାରମ୍ବାର ଧୁଅନ୍ତି  ତାହା ହେଲେ ତାଙ୍କର  ଏହି ଅଭ୍ୟାସ ପାଇଁ କେଶ ମଧ୍ୟରେ ରହିଥିବା ପ୍ରାକୃତିକ ତେଲ ଗରମ ପାଣି ମାଧ୍ୟମରେ ବାହାରକୁ ବାହାରି ଯାଏ , ଯାହାକି ବ୍ୟକ୍ତିର କେଶକୁ ଡ୍ରାଇ କରି ଦିଏ। ଏହି କାରଣରୁ ନେଇ ଉକ୍ତ ବ୍ୟକ୍ତିଙ୍କର କେଶ ଝଡ଼ିବା ସାଙ୍ଗକୁ ଦୁଇ ମୁହାଁ କେଶ ମଧ୍ୟ ହେବାକୁ ଲାଗେ।

Advertisment

publive-image

କେଶ ଝଡ଼ିବାର ଅନ୍ୟ କାରଣ ହେଉଛି ବ୍ୟକ୍ତି ଜଣକ ଯଦି ତାଙ୍କ ଜୀବନରେ କୌଣସି କାରଣକୁ ନେଇ ଅଧିକ ଚିନ୍ତିତ ରୁହନ୍ତି ,ତେବେ ତାଙ୍କର କେଶ ଝଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ଆପଣ ଯଦି ଏହି ଅଭ୍ୟାସରତ ,ତେବେ ଏହାକୁ ତୁରନ୍ତ ବଦଳାନ୍ତୁ। ନହେଲେ ଆପଣ ବି ଚନ୍ଦାପଣର ଶିକାର ହୋଇପାରନ୍ତି। କାରଣ ଚିନ୍ତା କରିଲେ ଯଦି ଆପଣଙ୍କ ସମସ୍ୟାର ସମାଧାନ ହୁଅନ୍ତା ତ,ତେବେ ଚିନ୍ତା କରିବାର କିଛି  ଲାଭ ଅଛି। ହେଲେ ଯଦି ଆପଣଙ୍କ ଚିନ୍ତା ଆପଣଙ୍କ ସମସ୍ୟାର ସମାଧାନ କରିବାରେ ଅସମର୍ଥ ଅଟେ ,ତେବେ ଆପଣ ଚିନ୍ତା କରିବାଠୁଁ  ଦୂରେଇ ରୁହନ୍ତୁ। ଏହା ବଦଳରେ ଆପଣ ଦୈନିକ ୧ ଘଣ୍ଟା ଲାଗି ଧ୍ୟାନ  କରନ୍ତୁ। ଏହା ଆପଣଙ୍କ ମନକୁ ହାଲ୍‌କା କରିବାରେ ସହାୟକ ହୋଇଥାଏ।

ଯଦି ଆମେ ଆମ କେଶକୁ ବାରମ୍ବାର ଡ୍ରାଏର ସାହାଯ୍ୟରେ ଶୁଖାଇଥାଉ ,ତେବେ ଏହି ଅଭ୍ୟାସ ଯୋଗୁଁ ବି କେଶ ଝଡ଼ିବାକୁ ଲାଗେ। ତେଣୁ ଆପଣ ଏସବୁ ଅଭ୍ୟାସକୁ ତୁରନ୍ତ ହିଁ ଛାଡ଼ି ଦିଅନ୍ତୁ।