ସେପ୍ଟେମ୍ବରରେ ୨୫.୨୫ କୋଟି ଇ-କେୱାଇସି କାରବାର

ଭୁବନେଶ୍ବର: ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି । କେବଳ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି । ଅଗଷ୍ଟ ତୁଳନାରେ ଏହି କାରବାରରେ ପ୍ରାୟ ୭.୭% ବୃଦ୍ଧି ହୋଇଛି । କେବଳ ଆଧାର କାର୍ଡଧାରୀଙ୍କର ସ୍ପଷ୍ଟ ସହମତି ମିଳିଲେ ଏକ ଇ-କେୱାଇସି କାରବାର ସମ୍ପୂର୍ଣ୍ଣ ହୋଇଥାଏ। ଏଥିରେ କେୱାଇସି ପାଇଁ ଭୌତିକ କାଗଜପତ୍ର କାର୍ଯ୍ୟ କିମ୍ବା ବ୍ୟକ୍ତିଗତ ଯାଞ୍ଚ ଦରକାର ପଡ଼ିନଥାଏ।

ଆଧାର ବ୍ୟବହାରକୁ ନେଇ ତଥ୍ୟ
ସେପ୍ଟେମ୍ବରରେ ୧୭୫ କୋଟିରୁ ଅଧିକ ପ୍ରମାଣୀକରଣ

ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସେବା ପାଇଁ ଆଧାର ଇ-କେୱାଇସି ସେବା ଦିନକୁ ଦିନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାରେ ଲାଗିଛି । ଏହା ଗ୍ରାହକମାନଙ୍କୁ ଉନ୍ନତ ଏବଂ ପାରଦର୍ଶୀ ଅନୁଭୂତି ପ୍ରଦାନ କରିବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଛି ।

ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ଆଧାର ଜରିଆରେ ଇ-କେୱାଇସି କାରବାର ବା ଟ୍ରାଞ୍ଜାକ୍ସନ ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି। ସେହିପରି, ଆଧାର ସଂଯୁକ୍ତ ପେମେଣ୍ଟ ବ୍ୟବସ୍ଥା (ଏଇପିଏସ୍‌) ଆୟ ବର୍ଗର ସବୁଠୁ ନିମ୍ନ ଭାଗରେ ରହୁଥିବା ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ସହାୟକ ହୋଇଛି। ଏଇପିଏସ୍‌ ଏବଂ ମାଇକ୍ରୋ ଏଟିଏମ ନେଟୱର୍କ ଜରିଆରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ମୋଟ୍‌ ୧୫୪୯.୮୪ କୋଟି ଅନ୍ତିମ ଧାଡ଼ିର ବ୍ୟାଙ୍କିଙ୍ଗ କାରବାର ସମ୍ଭବ ହୋଇପାରିଛି । କେବଳ ସେପ୍ଟେମ୍ବର ମାସରେ ସାରା ଭାରତରେ ମୋଟ୍‌ ୨୧.୦୩ କୋଟି ସଂଖ୍ୟକ ଏଇପିଏସ୍‌ କାରବାର ହୋଇଛି।
ଆଧାର ଜରିଆରେ ସେପ୍ଟେମ୍ବର ମାସରେ, ୧୭୫.୪୧ କୋଟି ପ୍ରମାଣୀକରଣ ବା ଅଥେଣ୍ଟିକେସନ୍‌ କାରବାର ହୋଇଛି। ଏହି ମାସିକ କାରବାର ମଧ୍ୟରୁ ଅଧିକାଂଶ କାରବାର ଟିପ ଚିହ୍ନ ବାୟୋମେଟ୍ରିକ ପ୍ରମାଣୀକରଣ ବ୍ୟବହାର କରି କରାଯାଇଛି ।

ଅବଶିଷ୍ଟ କାରବାର ଜନସାଂଖ୍ୟିକ ଏବଂ ଓଟିପି ପ୍ରମାଣୀକରଣ ଜରିଆରେ କରାଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୮୨୫୦.୩୬ କୋଟି ପ୍ରମାଣୀକରଣ କାରବାର ସମ୍ପୂର୍ଣ୍ଣ ହୋଇଛି । ଏହା ଆଧାର ବ୍ୟବସ୍ଥାର ବିଶ୍ବସନୀୟତାକୁ ପ୍ରମାଣ କରୁଛି । ଦେଶର ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ଆଧାର ସେଚୁରେସନ ବା ସମ୍ପୂର୍ଣ୍ଣତା ପ୍ରାୟ ସାର୍ବଜନୀନ ହେବା ନିକଟରେ ପହଞ୍ଚିଛି। ସବୁ ବୟସ ବର୍ଗଙ୍କ ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଆଧାର ସେଚୁରେସନ ୯୩.୯୨%ରେ ପହଞ୍ଚିଛି।

ସେପ୍ଟେମ୍ବରରେ ବାସିନ୍ଦାମାନେ ୧.୬୨ କୋଟି ଆଧାର ସଂଶୋଧନ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନ କରିଥିଲେ। ଅଗଷ୍ଟରେ ଏହି ସଂଶୋଧନ ସଂଖ୍ୟା ୧.୪୬ କୋଟି ଥିଲା। ବାସିନ୍ଦାମାନଙ୍କ ଅନୁରୋଧକ୍ରମେ ଏବେ ସୁଦ୍ଧା (ସେପ୍ଟମ୍ବର ଶେଷ) ମୋଟ୍‌ ୬୬.୬୩ କୋଟିରୁ ଅଧିକ ଆଧାର ନମ୍ବର ସଂଶୋଧନ କରାଯାଇସାରିଛି । ଉଭୟ ଭୌତିକ ଆଧାର କେନ୍ଦ୍ର ଠାରେ ଏବଂ ଅନଲାଇନ ଆଧାର ପ୍ଲାଟଫର୍ମର ଉପଯୋଗ କରାଯାଇ ଏହିସବୁ ଜନସାଂଖ୍ୟିକ ତଥା ବାୟୋମେଟ୍ରିକ ସଂଶୋଧନଗୁଡ଼ିକ କରାଯାଇଛି । ଅନ୍ତିମ ଧାଡ଼ିରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଲାଗି ଏଇପିଏସ ହେଉ କିମ୍ବା ଇ-କେୱାଇସି, ଅଥବା ଆଧାର ସଂଯୁକ୍ତ ଡିବିଟି କିମ୍ବା ପ୍ରମାଣୀକରଣ, ଆଧାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ସମ୍ବନ୍ଧିତ ଖବର