ବିଭିନ୍ନ ଧର୍ମର ବିବାହ ନିୟମ ସମାନ ହେବ କି?

କମିଟି ୩ ମାସ ମଧ୍ୟରେ ଦେବ ରିପୋର୍ଟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ‘ବାଲ୍ୟ ବିବାହ ନିଷେଧ ସଂଶୋଧନ ବି‌ଧେୟକ ୨୦୨୧’ ଉପରେ ବିଚାର କରିବା ପାଇଁ ନିଯୁକ୍ତ ସ୍ଥାୟୀ କମିଟିର କାର୍ଯ୍ୟକାଳ ଅକ୍ଟୋବର ୨୪ରୁ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ବାଲ୍ୟ ବିବାହ ନିଷେଧ ସଂଶୋଧନ ବି‌ଧେୟକ ୨୦୨୧କୁ ଗତବର୍ଷ ଶୀତ ଅଧିବେଶନରେ ଉପସ୍ଥାପନ କରାଯାଇଥିଲା। କେତେକ ବିରୋଧୀ ଦଳ ଏହାର ବିରୋଧ କରି ବିଲ୍‌ଟିକୁ ସଂସଦର ସ୍ଥାୟୀ କମିଟିକୁ ବିଚାର ପାଇଁ ପଠାଇବାକୁ ଦାବି କରିଥିଲେ।

Eksentrika

ଏହି ବିଲ୍‌ରେ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାଦ୍ବାରା ମହିଳାଙ୍କୁ ପୁରୁଷଙ୍କ ସମକକ୍ଷ କରାଯାଇପାରିବ। ବର୍ତ୍ତମାନ ସର୍ବନିମ୍ନ ବିବାହ ବୟସ ମହିଳାଙ୍କର ୧୮ ଥିବା ବେଳେ ପୁରୁଷଙ୍କର ୨୧ ବର୍ଷ ରହିଛି। ଏହାଛଡ଼ା ଉକ୍ତ ବିଧେୟକରେ ସାତଟି ପର୍ସନାଲ ଆଇନରେ ବି ସଂ‌ଶୋଧନ ପାଇଁ ପ୍ରସ୍ତାବ ରହିଛି। ଏଥି ମଧ୍ୟରେ ଭାରତୀୟ ଖ୍ରୀଷ୍ଟିଆନ ବିବାହ ଅଧିନିୟମ ୧୮୭୨, ବିଶେଷ ବିବାହ ଅଧିନିୟମ ୧୯୫୪, ପାର୍ସୀ ବିବାହ ଓ ବିବାହ ବିଚ୍ଛେଦ ଅଧିନିୟମ ୧୯୩୬, ମୁସଲିମ ପର୍ସନାଲ ଆଇନ ଅଧିନିୟମ ୧୯୩୭, ବିବାହ ବିଚ୍ଛେଦ ଅଧିନିୟମ ୧୯୫୪, ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଓ ବିଦେଶୀ ବିବାହ ଅଧିନିୟମ ୧୯୬୯ ଅନ୍ତର୍ଭୁକ୍ତ ରହିଛି।

ସମ୍ବନ୍ଧିତ ଖବର