ଭୁବନେଶ୍ୱର: କାନାରା ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ଗ୍ରାହକ ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ କ୍ରାଉନ୍ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ବି. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Advertisment

ଏହି ଅବସରରେ ଡିଭିଜନାଲ ମ୍ୟାନେଜର ବିବେକ ପାଟ୍‌ନି ବିଭିନ୍ନ ବ୍ୟାଙ୍କିଙ୍ଗ୍ ଉତ୍ପାଦଗୁଡ଼ିକ ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନା କରିଥିଲେ। କାନାରା ବ୍ୟାଙ୍କ ସହ ବ୍ୟାଙ୍କିଙ୍ଗ୍ ସେବା ଉପରେ ନିଜର ଅଭିଜ୍ଞତା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିବା ପାଇଁ ଗ୍ରାହକମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଶ୍ରୀ ରାଓ ଉପସ୍ଥିତ ସମସ୍ତ ଗ୍ରାହକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ରୀତା ଦାସ ଧନ୍ୟବାଦ ଦେଇଥିଲେ।