ଶିଶୁଙ୍କ ପାଇଁ ଦିନଟିଏ: ଓଡିଏମ୍‌ରେ ଶିଶୁ ଉତ୍ସବ ମେଲାଞ୍ଜ-୨୦୧୯

କଳିଙ୍ଗ ଆଡଭାନ୍ସ ପବ୍ଲିକ୍ ସ୍କୁଲ୍‌: ସତ୍ୟବିହାରସ୍ଥିତ କଳିଙ୍ଗ ଆଡଭାନ୍ସ ପବ୍ଲିକ୍ ସ୍କୁଲ୍‌ରେ ଶିଶୁ ଦିବସ ଅବସରରେ ‘ଶିଶୁ ରାଇଜ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ପିଏନ୍ ଶର୍ମା, ସତ୍ୟ ପ୍ରଧାନ, ପିକେ ମିଶ୍ର ଓ ଫକିରମୋହନ ଧଳ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଅଧକ୍ଷା ସାଗରିକା ଦାସ ଓ ଶିକ୍ଷୟିତ୍ରୀ ଦିପ୍ତୀ ନାୟକ, ରଞ୍ଜିତା ସାମନ୍ତରାୟ, ରୂପଶ୍ରୀ ରାଉତରାୟ ପିଲାମାନଙ୍କୁ ବିଭିନ୍ନ କୌତୁକିଆ ପୋଷାକ ପିନ୍ଧାଇ ନାଟକ ଓ ନୃତ୍ୟ କାର୍ଯ୍ୟକ୍ରମ କରିଥିଲେ। ଶେଷରେ ଅତିଥିଙ୍କ ଦ୍ବାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ମିଠା ବଣ୍ଟା ଯାଇଥିଲା। ଅନୁଷ୍ଠାନ ପରିଚାଳକ ଡ. ସୁଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଳିଙ୍ଗ ଆକ୍ଟିଭିଟି ସେଣ୍ଟର: କଳିଙ୍ଗ ସିନେ ଅର୍ଟସ୍ ଦ୍ବାରା ପରିଚାଳିତ କଳିଙ୍ଗ ଆକ୍ଟିଭିଟି ସେଣ୍ଟର୍ ପକ୍ଷରୁ ଶିଶୁ ଦିବସ ଅବସରରେ ‘କୁନି ଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ ବାଦ୍ୟଯନ୍ତ୍ର ପ୍ରତିଯୋଗିତା ହୋଇଥିଲା। ଏଥିରେ ପ୍ରାୟ ୧୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଅଭିନେତା କିରଣ କୁମାର ଓ ଅଭିନେତ୍ରୀ ଅଙ୍କିତା ଅତିଥି ଭାବେ ଯୋଗଦେଇ ବିଜୟୀ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିୟାଂଶୀ ପ୍ରତ୍ୟାଶା ଓ ସଂପାଦକ ବିଦ୍ୟାଧର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କିସ୍‌: କିସ୍’ରେ ପଢ଼ୁଥିବା ୨୭ହଜାର ୫୦୦ ଆଦିବାସୀ ଛାତ୍ରଛାତ୍ରୀ ଶିଶୁଦିବସ ‘କୁସୁମ’ ପାଳନ କରିଛନ୍ତି। ସମାଜସେବୀ ମନୋରମା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଆଶୀର୍ବାଦ କରିବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ। କିଟ୍ ଓ କିସ୍’ର ସଭାପତି ଶାଶ୍ବତୀ ବଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଂପାଦକ ଆର୍.ଏନ୍. ଦାଶ, କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପିଲାଙ୍କୁ ଶିଶୁଦିବସର ମାହାତ୍ମ୍ୟ ବିଷୟରେ ବୁଝାଇଥିଲେ। ଏହି ଅବସରରେ କିଟ୍ ଓ କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ ପରିସରରେ ହୋଇଥିବା ‘ଆନନ୍ଦମୟ ଶିକ୍ଷାଗୃହ’କୁ ଉଦ୍‌ଘାଟନ କରିଥିଲେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ବିଭିନ୍ନ ପ୍ରକାର ଆଦିବାସୀ ନୃତ୍ୟ ଓ ଗୀତରେ ଝୁମିଥିଲେ। କାର୍ଯ୍ୟକ୍ରମ‌ ଶେଷର କିସ୍’ର ବିଚିକ୍ଷଣ ଛାତ୍ରୀ ସୁଦେଷ୍ଣା ପ୍ରଧାନ ଓରଫ ଟିକିଲି(୬)କୁ ଓ ଅନ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ର: ପଟିଆସ୍ଥିତ ଶ୍ରୀଜୟଦେବ ଶିକ୍ଷା ‌କେନ୍ଦ୍ରରେ ଅନୁଷ୍ଠିତ ଶିଶୁ ଦିବସରେ ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ସଭାପତିତ୍ବ କରିଥିଲେ। ଅଭିନେତ୍ରୀ ପୁଷ୍ପା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରଧାନ ଆଚର୍ଯ୍ୟ ପ୍ରଦୀପ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେଣ୍ଟ୍ ଜାଭିୟର୍ ସ୍କୁଲ୍: ପଟିଆସ୍ଥିତ ସେଣ୍ଟ୍ ଜାଭିୟର୍ ସ୍କୁଲ୍‌ରେ ପିଲାମାନଙ୍କ ମଧ୍ୟରେ କୌତୁକିଆ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା। ଏହା ସହିତ କିଛି ପିଲା ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ନୃତ୍ୟ ପରିବେଷଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରେ ସାମ୍ବାଦିକା ଗାୟତ୍ରୀ ମହାନ୍ତି ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହୋବା ପାଇଁ ପରାମର୍ଶ ଦେଇଥିଲେ। ସ୍କୁଲ୍ ଅଧ୍ୟକ୍ଷା ନିକୋଲା ହାରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜୟ ଓଡ଼ିଶା: ଜୟ ଓଡ଼ିଶା ପକ୍ଷରୁ ଭୁବନେଶ୍ବରର ୭ଟି ବସ୍ତିରେ ପ୍ରାୟ ୫୦୦ ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇାଛି। ଏହି ଅବସରରେ ପିଲାମାନଙ୍କ ଦ୍ବାରା ମ୍ୟାଜିକ ସୋ, ବହି ଖାତା ବଣ୍ଟନ, ମାଗଣା ଦନ୍ତ ଚିକିତ୍ସା ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମରେ ଜୟ ଓଡ଼ିଶା କର୍ମକର୍ତ୍ତାଙ୍କ ସହ ଅନୁଷ୍ଠାନର ଉପଦେଷ୍ଟା ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକ ଏବଂ ପ୍ରୀତିନନ୍ଦା ରାଉତରାୟ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନିର୍ଭୟା ଚାରିଟେବୁଲ ଟ୍ରଷ୍ଟ: ନିର୍ଭୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାରଗିଲ ବସ୍ତିରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷା ଋତୁରାଣୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କରାଯିବା ସହ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଏଥିରେ ଅତିଥି ଭାବେ ଖଦି ଗ୍ରାମୋଦ୍ୟୋଗର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବାବୁ ସିଂ, ଅମ୍ବିକା ମହାରଣା, ସୁବାସିନୀ ପୃଷ୍ଟି, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସେଣ୍ଟ ଜାଭିୟର୍ସ ହାଇସ୍କୁଲ: ସାମନ୍ତରାପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ଧରି ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ଏସ୍‌ ଆର୍‌ ଆଲାଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ନିର୍ଦେଶକ ଅଜିତ ଦାଶ ଉପସ୍ଥିତ ଥିଲେ।

ୟୁରୋସ୍ମାର୍ଟ ପ୍ଲେ ସ୍କୁଲ: ରଥରୋଡସ୍ଥିତ ୟୁରୋସ୍ମାର୍ଟ ପ୍ଲେ ସ୍କୁଲରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଲାମାନଙ୍କ ନେହରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସ୍କୁଲର ଅଧ୍ୟକ୍ଷା ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ: ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ୍‌ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଲାମାନେ ଦେଶ ରକ୍ଷା, ସ୍ବଚ୍ଛ ଭାରତ, ରକ୍ତଦାନ ଓ ବିଭିନ୍ନ ଦେଶାତ୍ମବୋଧକ ବାର୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‌ଜେକେ ଗୋସ୍ବାମୀ, ଏସ୍‌ କେ ଆଚାର୍ଯ୍ୟ, ଏସ୍‌ ଏଲ୍‌ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସିସିଡବ୍ଲ୍ୟୁଡି ଓ ଆକ୍ସନ୍ଏଡ୍‌: ରେଡକ୍ରସ ଭବନଠାରେ ସିସିଡବ୍ଲ୍ୟୁଡି ଓ ଆକ୍ସନ୍ଏଡ୍‌ର ମିଳିତ ଆନୁକୁଲ୍ୟରେ ‘ଶିଶୁ ଦିବସ’ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଆକ୍ସନ୍ଏଡ୍‌ର ଜାତୀୟ ପ୍ରବନ୍ଧକ ଘାସିରାମ ପଣ୍ଡା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ବରିଷ୍ଠ ଶିଶୁ ସାହିତ୍ୟିକ ଶରତ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଓ ସମାଜସେବୀ ପ୍ରଭାସ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଶିଶୁର ଅଧିକାରକୁ ସମ୍ମାନ ଜଣାଇବା ଉପରେ ମତ ପ୍ରକାଶ କରିଥିଲେ। ଇପ୍ସିତା ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିସିଡବ୍ଲ୍ୟୁଡିର ସଂପାଦକ ସଦାଶିବ ସ୍ୱାଇଁ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଭାସ୍କର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ।

ଚନ୍ଦ୍ରଶେଖରପୁର: ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ସେମାନେ ସର୍ବଦା ସୁସ୍ଥ ଓ ନିରୋଗ ରହିବା ଉଚିତ୍ ବୋଲି ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଆୟୋଜିତ ମେଲାଞ୍ଜ-୨୦୧୯ରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଓଡିଏମ୍ ଶିକ୍ଷାନୁଷ୍ଠାନର ସମୂହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶୈକ୍ଷିକ ପ୍ରମୁଖ ବ୍ରହ୍ମାନନ୍ଦ ରାଉତ ଶିଶୁମାନଙ୍କ ପ୍ରତି ଥିବା ନୈତିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ଆମ୍ରି ହସ୍ପିଟାଲ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶିଶୁ ଦିବସ ଉପଲକ୍ଷେ ‘ଖାଦ୍ୟ ମେଳା’ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷ ରାଜେଶ ପାଢୀ, ଉପାଧ୍ୟକ୍ଷା ଝିନୁକ୍ ଦତ୍ତାରାୟ, ସୁଲତା ରାଣୀ ସାହା, ସନ୍ଧ୍ୟା ରାଣୀ ସ୍ୱାଇଁ ଓ ସୁପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର