ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାର ମୃତାହତଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୯ ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ।

ସଂଘର ସଭାପତି ଉପେନ୍ଦ୍ରନାଥ ରଣା, ସାଧାରଣ ସଂପାଦକ ବସନ୍ତ କୁମାର ସାହୁ, ସଂଜୟ କୁମାର ଓତା, ପ୍ରିୟବ୍ରତ ରାଉତ, ରାମଚନ୍ଦ୍ର ନାଏକ ଓ ଲଳିତେନ୍ଦୁ ଦଳାଇ ପ୍ରମୁଖ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ବିଶିଷ୍ଠଙ୍କ ଦ୍ବାରା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର