ଅମର ସେଓ ଗଛ! ଯାହାକି ୟୁକ୍ରେନ୍‌ର କ୍ରୋଲିୱେତ୍‌ ସହରରେ ୨୨୪ ବର୍ଷ ହେଲା ବଞ୍ଚି ରହିଛି 

ୟୁକ୍ରେନ୍‌ର କ୍ରୋଲିୱେତ୍‌ ସହରରେ ଥିବା ଏକ ସେଓ ଗଛର ବୟସ ଏବେ ଅନ୍ୟୂନ ୨୨୪ ବର୍ଷ। ସେଇଟି ଅଛି ‘ଆପଲ୍‌ ଟ୍ରି କଲୋନି’ ନାମକ ଉଦ୍ୟାନରେ। ଦଶ ଏକର‌୍‌ ଜମି ଉପରେ ଉଦ୍ୟାନଟି ବିକଶିତ। ସେଠାରେ କେବଳ ସେଓ ଗଛଟି ହିଁ ଅଛି। ସାଧାରଣତଃ, ସେଓ ଗଛ ଶହେ ବର୍ଷ ବଞ୍ଚିଥାଏ। ତେବେ, ଏହି ନିର୍ଦିଷ୍ଟ ଗଛଟି କେଉଁ କାରଣର ବର୍ତ୍ତିରହିଛି, ଅଜଣା! ମୂଳ ଗଣ୍ତି ଆଉ ନାହିଁ। ମୂଳ ଗଣ୍ତି ମରିବା ପୂର୍ବରୁ ଡାଳଗୁଡ଼ିକ ନିମ୍ନଗାମୀ ହୋଇଥିଲା ଏବ˚ ମାଟି ସ˚ସ୍ପର୍ଶରେ ଆସି ନୂତନ ଗଛ କଅଁଳିଥିଲା। ଏହି ଧାରା ଅବ୍ୟାହତ ରହିଛି ଏବ˚ ବାରମ୍ବାର ନୂଆ ଗଣ୍ତି ସୃଷ୍ଟି ହେଉଛି। ଏବେ ମୋଟ ଗଣ୍ତି ସ˚ଖ୍ୟା କୋଡ଼ିଏ।

ସମ୍ବନ୍ଧିତ ଖବର