ଯୁବାବସ୍ଥାରେ କେଶ ଧଳା ହେବାର କାରଣ

ମଣିଷଙ୍କ ମୁଣ୍ଡରେ ଲକ୍ଷ ଲକ୍ଷ ସଂଖ୍ୟାରେ କେଶ ଥାଏ ଓ ତାହା କ୍ରମଶଃ ବଡ଼ ହୋଇଥାଏ। ମୁଣ୍ଡର କଠିନ ଆବରଣ ତ୍ୱଚାରେ ଥିବା ସୂକ୍ଷ୍ମ ଛିଦ୍ର ‘ଫଲିକସ୍‌’ରୁ ଏହା ବାହାରେ। ଗୋଟିଏ ବର୍ଷରେ କେଶ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ିଥାଏ। ବୟସ ସହିତ ଶରୀରର ବୃଦ୍ଧି ହୋଇଥାଏ ଏବଂ ତାହା ଏକ ସୀମାରେ ଉପନୀତ ହୋଇଥାଏ। କିନ୍ତୁ କେଶର କୌଣସି ସୀମା ନଥାଏ। କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ପର୍ଯ୍ୟନ୍ତ ବୃଦ୍ଧିପ୍ରାପ୍ତ ହେଲାପରେ ଆପେ ଝଡ଼ିପଡ଼େ ଓ ତା’ ସ୍ଥାନରେ ନୂଆ କେଶ ଉଠିଥାଏ। ମଣିଷର ବୟସ ବଢ଼ିବା ସହିତ କେଶଗୁଡ଼ିକ ଧଳା ହେବାରେ ମଧ୍ୟ ଲାଗିଥାଏ। ଯାହାଦ୍ୱାରା ଆମେ ଜାଣିପାରୁ ଯେ ଆମର ବୃଦ୍ଧାବସ୍ଥା ଆସିଲାଣି। କାରଣ ଏହି ସମୟରେ ଶରୀରର ‘ମେଲାନିନ୍‌’ ତିଆରି ହେବା ବନ୍ଦ ହୋଇଯାଏ। ଏହା ଏକ ରଙ୍ଗ ପ୍ରଦାନକାରୀ ଦ୍ରବ୍ୟ। ଏହା ଯୋଗୁଁ କେଶ କଳା ହୋଇଥାଏ। ବୟସ ବଢ଼ିଲେ କେଶ ବଢ଼େ କିନ୍ତୁ ମେଲାନିନ୍‌ର ଅଭାବ ଦେଖାଯାଏ।

ହେଲେ ଏବେ ଯୁବାବସ୍ଥାରେ ମଧ୍ୟ କିଛି ଲୋକଙ୍କର କେଶ ପାଚିବା ଦେଖିବାକୁ ମିଳୁଛି। ଏହାର ବିଭିନ୍ନ କାରଣ ରହିଛି। ବଂଶଗତ ପ୍ରଭାବ, ଅତ୍ୟଧିକ ଦୁଃଖ, ଚିନ୍ତା, କୁପୋଷଣ ଇତ୍ୟାଦି। ଏହାର ମୁଖ୍ୟ କାରଣ ରଙ୍ଗ ପ୍ରଦାନକାରୀ ମେଲାନିନ୍‌ ସୃଷ୍ଟିହେବା କମିଗଲେ ବା ନଷ୍ଟ ହୋଇଗଲେ ଏପରି ଘଟିଥାଏ। । ଏଥିରୁ ମୁକ୍ତି ପାଇଁ ବଜାରରେ ବିଭିନ୍ନ ପ୍ରକାରର ତେଲ, କ୍ରିମ୍‌ ଓ ଜେଲ୍‌ ଆଦି ଏବେ ଉପଲବ୍‌ଧ ହେଲାଣି।।

ସମ୍ବନ୍ଧିତ ଖବର