ଗରିବ ପିଲାଙ୍କ ସହିତ ଏସଡିଓପି ଏପରି ଭାବେ ପାଳନ କଲେ ପୁଅର ପ୍ରଥମଜନ୍ମଦିନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟର ଏସଡିଓପି ସନ୍ତୋଷ ପଟେଲ ତାଙ୍କ କାମକୁ ନେଇ ଖୁବ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ପୁଣିଥରେ ସନ୍ତୋଷଙ୍କ କାମ ସମସ୍ତଙ୍କୁ ଖୁସି କରାଇ ଦେଇଛି।

୨୦୨୪ ଜୁନ ୧୧ ତାରିଖରେ ଏସଡିଓପି ସନ୍ତୋଷ ପଟେଲଙ୍କ ପୁଅ ରୋସନଙ୍କ ପ୍ରଥମ ଜନ୍ମଦିନ ଥିଲା। ସନ୍ତୋଷ ତାଙ୍କ ପୁଅର ପ୍ରଥମ ଜନ୍ମଦିନକୁ ଅତି ସ୍ବତନ୍ତ୍ର ଭାବେ ପାଳନ କରିଛନ୍ତି।

ଏସଡିଓପି ସନ୍ତୋଷ ପଟେଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରିବ ପରିବାର ବସବାସ କରନ୍ତି। ଏହି ପିଲାମାନେ ପ୍ରାୟତଃ ଏସଡିଓପିଙ୍କ କାର୍ଯ୍ୟାଳୟକୁ ପାଣି ଭରିବାକୁ ଆସିଥାଆନ୍ତି।

ଏହି ଘଟଣାକୁ ନେଇ ଏସଡିଓପି ସନ୍ତୋଷ କହିଛନ୍ତି, ଗରିବ ପିଲାମାନେ କାର୍ଯ୍ୟାଳୟକୁ ପାଣି ଭରିବାକୁ ଆସିବା ସମୟରେ ମୁଁ ତାଙ୍କ ସହିତ କଥା ହୋଇଥାଏ। ଏହି କଥା ହେବା ସମୟରେ ଜାଣିବାକୁ ପାଇଥିଲି ଏମାନେ ପାଠପଢ଼ା ଜାଣି ନାହାନ୍ତି। ଖାଇବାକୁ ବି ସେମିତି ପାଉ ନାହାନ୍ତି। ତେଣୁ ମୋ ପୁଅର ପ୍ରଥମ ଜନ୍ମଦିନ ଏମାନଙ୍କ ସହ ପାଳନ କରିବାକୁ ସ୍ଥିର କରିଥିଲି।

ତେଣୁ ସ୍ତ୍ରୀ ଓ ପୁଅଙ୍କ ସହିତ ଗରିବ ପିଲାଙ୍କୁ ଧରି ଜାତୀୟରାଜପଥସ୍ଥିତ ଏକ ବଡ଼ ହୋ‌ଟେଲରେ ପହଞ୍ଚି ଯାଇଥିଲି। ସେଠାରେ କେକ କାଟି ଗରିବ ପିଲାଙ୍କୁ ଖୁଆଇବା ସହିତ ସେମାନେ ଯାହା ଇଚ୍ଛା କରିଥିଲେ ଖାଇବାକୁ ଦେଇଥଲି। ଏଥିସହିତ ସେମାନଙ୍କ ସହିତ ନୃତ୍ୟ ବି କରିଥିଲି। ଖୁବ ଆତ୍ମସନ୍ତୋଷ ଲାଗିଥିଲା। ପୁଅର ଜନ୍ମଦିନକୁ ଏଭଳି ଭ‌ାବେ ପାଳନ କରି ମୋତେ ଖୁବ ଖୁସି ଲାଗୁଛି।’

ସମ୍ବନ୍ଧିତ ଖବର