ବିଷାକ୍ତ ବୃକ୍ଷ ଉଦ୍ୟାନ

ଇ˚ଲଣ୍ତ୍‌ ଅନ୍ତର୍ଗତ ନର୍ଥ‌୍‌ଅଂବର୍‌ଲାଣ୍ତ୍‌ର ଆନ୍‌ୱିକ୍‌ରେ ଏକ ବିଷାକ୍ତ ବୃକ୍ଷର ଉଦ୍ୟାନ ଅଛି। ସେଠାରେ ଅନେକ ପ୍ରଜାତିର ବିଷାକ୍ତ ବୃକ୍ଷ-ଲତା ବଢ଼ୁଛନ୍ତି। ନର୍ଥ‌୍‌ଅଂବର୍‌ଲାଣ୍ତ୍‌‌ରେ ଥିବା ଡିଉକ୍‌ଙ୍କ ଦୁର୍ଗ ନିକଟରେ ଉଦ୍ୟାନଟି ଅବସ୍ଥିତ। ଉଦ୍ୟାନଟି ଘରୋଇ। ଏବର ଡଚେସ୍‌ ଜେନ୍‌ ହେଉଛନ୍ତି ମାଲିକାଣୀ। ୨୦୦୩ରେ ସେ ଉଦ୍ୟାନଟିକୁ ବିକଶିତ କରାଇଥିଲେ। ସେତେବେଳେ ବ୍ୟୟ କରିଥିଲେ ପ୍ରାୟ ଚାରି ଶହ କୋଟି ଟଙ୍କା। ଏହା ଇ˚ଲଣ୍ତ୍‌ର ତୃତୀୟ ବୃହତ୍ତମ ଉଦ୍ୟାନ।

୨୦୦୫ରେ ଉଦ୍ୟାନର ଏକ ଅ˚ଶରେ ବିଷାକ୍ତ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା, ଯାହା ଏ ପର୍ଯ୍ୟନ୍ତ ଚାଲିଛି। ଉଦ୍ୟାନରେ ବେଲାଡୋନା, ଅଫିମ, ମ୍ୟାଣ୍ତ୍ରେକ୍‌, କୋକା ଭଳି ଅନେକ ପ୍ରଜାତିର ବିଷାକ୍ତ ବୃକ୍ଷ ବଢ଼ୁଛନ୍ତି। ବିଷାକ୍ତ ବୃକ୍ଷ-ଲତା ବଢ଼ାଇବା ପାଇଁ ଜେନ୍‌ ସ୍ବତନ୍ତ୍ର ସରକାରୀ ଅନୁମତି ପାଇଥିବା ଜଣାଯାଏ। ବ୍ୟକ୍ତିଗତ ମାଲିକାନାରେ ଥିବା ଉଦ୍ୟାନଟି ସର୍ବସାଧାରଣଙ୍କ ପାଇଁ ଦୈନିକ ଖୋଲିଥାଏ। ଦର୍ଶକମାନେ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଲୌହ ଜାଲି ଭିତରେ ଥିବା ବିଷାକ୍ତ ବୃକ୍ଷ-ଲତାଗୁଡ଼ିକୁ ଦେଖିଥା’ନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ବର ପ୍ରଥମ ବିଷାକ୍ତ ବୃକ୍ଷ ଉଦ୍ୟାନ ଇଟାଲିର ପାଦୁଆରେ ଅଛି। ୧୫୦୦ରେ ପାଦୁଆ ଉଦ୍ୟାନ ସୃଷ୍ଟି କରାଯାଇଥିଲା।

ସମ୍ବନ୍ଧିତ ଖବର