ସିଡ୍‌ନି ଟେଷ୍ଟ୍‍: ଭାରତୀୟ କ୍ରିକେଟ୍‌ ଖେଳାଳି ଏବଂ ସହଯୋଗୀ କର୍ମଚାରୀମାନେ କୋଭିଡ୍‌-୧୯ ନେଗେଟିଭ୍‌

ମେଲବର୍ଣ୍ଣ: ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଇଥିବା ଭାରତୀୟ କ୍ରିକେଟ୍‌ ଦଳର ସମସ୍ତ ସଦସ୍ୟ କୋଭିଡ୍‌-୧୯ ନେଗେଟିଭ୍‌ ହୋଇଥିବା କଥା ସୋମବାର ଦିନ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ଘୋଷଣା କରିଛି।

ରୋହିତ ଶର୍ମା, ପୃଥ୍ଵୀ ଶ’ ସୁଭମ୍‌ ଗିଲ୍‌, ନବଦୀପ ସାଇନି ଏବଂ ଋଷଭ ପନ୍ତ ଆଦି ଭାରତୀୟ ଦଳର ପାଞ୍ଚଜଣ ସଦସ୍ୟ ନବବର୍ଷ ଦିନ ମେଲବର୍ଣ୍ଣର ଏକ ରେସ୍ତୋରାଁ ଭିତରେ ଖାଉଥିବାର ଫଟୋ ପ୍ରସାରିତ ହେବା ପରେ ପରେ ଟିମ୍‌ ଇଣ୍ଡିଆ ଏବଂ ତାଙ୍କର ସହଯୋଗୀ କର୍ମଚାରୀମାନେ ବିବାଦୀୟ ହୋଇପଡ଼ିଥିଲେ। ଖେଳାଳିମାନଙ୍କର ଏଭଳି କାର୍ଯ୍ୟକଳାପ ଏହି ସିରିଜ୍‌ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଜାରି କରିଥିବା ନିୟମାବଳୀର ବିରୁଦ୍ଧାଚରଣ କରିଥିଲା।

Image Courtesy of News18

ସେବେଠାରୁ ଉପରୋକ୍ତ ପାଞ୍ଚଜଣ କ୍ରିକେଟ୍‌ ଖେଳାଳିଙ୍କୁ ଏକାନ୍ତବାସରେ ରଖାଯାଇଥିଲା। ଜାନୁଆରି ୪ ତାରିଖ ଦିନ ସେମାନେ ଟିମ୍‌ ଇଣ୍ଡିଆ ସହ ସିଡ୍‌ନି ଅଭିମୁଖେ ଯାତ୍ରା କରି ନ ପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା। କିନ୍ତୁ, ଏହି ଆଶଙ୍କା ଭିତ୍ତିହୀନ ବୋଲି ରବିବାର ଦିନ ‘ବିସିସିଆଇ’ କହିଥିଲା।

ଭାରତୀୟ ଦଳର ପ୍ରତି ସଦସ୍ୟ ଅଭିନବ କରୋନାଭାଇରସ୍‌ ନେଗେଟିଭ୍‌ ସାବ୍ୟସ୍ତ ହୋଇଥିବାରୁ ଏବେ ସେମାନେ ନିରାପଦରେ ମେଲ୍‌ବର୍ଣ୍ଣ ଛାଡ଼ି ସିଡ୍‌ନି ଯାଇପାରିବେ।

ଜାନୁଆରି ୭ ତାରିଖ ସୋମବାର ଦିନ ଆରମ୍ଭ ହେବାକୁ ଥିବା ନବବର୍ଷ ଟେଷ୍ଟ୍‍ ମ୍ୟାଚ୍‌ ଖେଳିବାକୁ ଉଭୟ ଦେଶର ଟିମ୍‌ ସୋମବାର ଦିନ ସିଡ୍‌ନିରେ ପହଞ୍ଚିବେ।

ସମ୍ବନ୍ଧିତ ଖବର