ଫିଫା କଂଗ୍ରେସରେ ଭାଗ ନେବେ ଅଭିଜିତ୍‌

କଟକ : ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘର କାର୍ଯ୍ୟକାରୀ ସଦସ୍ୟ, ଡେଭଲପମେଣ୍ଟ୍ କମିଟି ଅଧ୍ୟକ୍ଷ ତଥା ଓଡ଼ିଶା ଫୁଟ୍‌ବଲ୍‌ ସଂଘର ଯୁଗ୍ମ ସଂପାଦକ ଅଭିଜିତ୍ ପଲ ଫିଫା କଂଗ୍ରେସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ମନୋନୀତ ହୋଇଥିବ‌ାରୁ ଫାଓ ସଂପାଦକ ଆଶୀର୍ବାଦ ବେହରା ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଲ୍‌ ଆସନ୍ତା ୧୬ ତାରିଖରୁ ରିଓନାଡାରେ ଅନୁଷ୍ଠିତ ହେବାକୁ ଥିବା ୭୬ତମ ଫିଫା କଂଗ୍ରେସରେ ଯୋଗଦେବେ। ପ୍ରତି ଦେଶରୁ ତିନି ଜଣ ପ୍ରତିନିଧି ‌ଯୋଗଦେଉଥିବା ବେ‌ଳେ ଭାରତରୁ ଶ୍ରୀ ପଲ୍‌ଙ୍କ ସହିତ ଭାରତୀୟ ଫୁଟ୍‌ବଲ୍‌ ମହ‌ାସଂଘର ସଭାପତି କଲ୍ୟାଣ ଚୌବେ, ସଂପାଦକ ଶାଜି ପ୍ରଭାକରନ ଭାଗନେବେ।

ସମ୍ବନ୍ଧିତ ଖବର