ଅଭିଜିତ ଏଆଇଏଫ୍‌ଏଫ୍‌ ରାଜ୍ୟ ବିକାଶ ସମିତି ଅଧ୍ୟକ୍ଷ

ଭୁବନେଶ୍ବର: ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଯୁଗ୍ମ ସଂପାଦକ ଅଭିଜିତ ପାଲ୍‌ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍‌) ରାଜ୍ୟ ବିକାଶ ସମିତିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଯାହା ରାଜ୍ୟ ରାଜ୍ୟ ଫୁଟବଲ୍ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ବିଭିନ୍ନ ରାଜ୍ୟରେ ଫୁଟବଲ୍ ବିକାଶ ଲାଗି ଏଆଇଏଫ୍‌ଏଫ୍ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ଅଭିଜ୍ଞ ଫୁଟବଲ୍ ସଂଗଠକ ଅଭିଜିତ ପାଲ୍ ତାଙ୍କ ଅଭିଜ୍ଞତାକୁ ଉପଯୋଗ କରି ଭାରତୀୟ ଫୁଟବଲ୍‌କୁ ନୂଆ ସ୍ତରକୁ ନେବେ ବୋଲି ଏଆଇଏଫଏଫ୍‌ କହିଛି। ଫାଓ ସଂପାଦକ ଆଶୀର୍ବାଦ ବେହେରା ଅଭିଜିତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଲାଗି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ବିଭିନ୍ନ ସମିତିରେ ଓଡ଼ିଶାରୁ ୬
ଏଆଇଏଫ୍‌ଏଫ୍‌ ବିଭିନ୍ନ ସମିତିରେ ଓଡ଼ିଶାରୁ ୬ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ପଲ୍‌ ଅର୍ଥ, ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ଫୁଟ୍‌ବଲ୍‌ ବିକାଶର ପରାମର୍ଶ, ମହମ୍ମଦ ସହିଦ ଜବାର ଫୁଟସାଲ, ଅନୁପ ପାତ୍ର ବିଚ୍‌ ସକ୍କର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମହିଳା ଏବଂ ସସ୍ମିତା ମଲ୍ଲିକ ପ୍ରତିଯୋଗିତା ସମିତିରେ ରହିଛନ୍ତି। ଫାଓ ସଂପାଦକ ଆଶୀର୍ବାଦ ବେହେରା ଏହି ସମସ୍ତ କମିଟି ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଲାଗି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର