ନଳିନୀକାନ୍ତ ମହାନ୍ତି ସ୍ମାରକୀ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଉଦ୍‌ଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଥିଲେ, ଏହି ଟୁର୍ଣ୍ଣାମେଣ୍ଟ ତୃଣମୂଳ ସ୍ତରର ପ୍ରତିଯୋଗୀମାନଙ୍କୁ ଭଲ ପ୍ଲାଟଫର୍ମ ଯୋଗାଇବ। ୪ ଦିବସୀୟ ଏହି ପ୍ରତିଯୋଗିତା ଅକ୍ଟୋବର ୧୫ରେ ଉଦ୍‌ଯାପନ ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେଇଛନ୍ତି। ୮ଟି ବର୍ଗରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ପୁରୁଷ ସିଙ୍ଗିଲ୍‌ସ ଓ ଡବଲସ୍‌, ମହିଳା ସିଙ୍ଗିଲ୍‌ସ, ମିକ୍ସ ଡବଲ୍‌ସ, ୧୯ବର୍ଷରୁ କମ୍‌ ସିଙ୍ଗଲ୍‌ସ ଓ ଡବଲ୍‌ସ, ୧୭ବର୍ଷରୁ କମ ସିଙ୍ଗଲ୍‌ସ ଓ ଡବଲ୍‌ସ ୧୫ବର୍ଷରୁ କମ୍‌ ସିଙ୍ଗଲ୍‌ସ ଓ ଭେଟେରାନ୍‌ ଡବଲ୍‌ସ(୫୦ ବର୍ଷରୁ ଉର୍ଦ୍ଧ୍ୱ)କୁ ସାମଲି କରାଯାଇଛି। ଉଦ୍‌ଘାଟନୀ ସମାରୋହରେ ବଧାୟକ ଅଂଶୁମାନ ମହାନ୍ତି ଅନୁଗୁଳ-ସୁକିନ୍ଦା ରେଳବାଇ ପ୍ରାଇଭେଟ୍‌ ଲିମିଟେଡର ସିଏମ୍‌ଡି ଦିଲ୍ଲୀପ ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର