ସିରିଜ ଦୁର୍ଘଟଣା, ୪ ଟ୍ରକ ଚୂରମାର

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ଟଣ୍ଟୋ ନିକଟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଟି ଟ୍ରକ୍‌ ଚୂରମାର୍‌ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଏକ ଗାଈର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ଭଦ୍ରାସାହି ପଟୁ ଗୁଆଲି ଆଡ଼କୁ ଯାଉଥିବା ଏକ ଖଣିଜ ବୋଝେଇ ଟ୍ରକ୍‌ (ଓଡି-୦୯-ପି-୩୯୯୧) ଟଣ୍ଟୋ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ପରେ ଗୋଟିଏ ତିନିଟି ଟ୍ରକ୍‌ (ଓଡି-୦୯-ଭି-୫୨୨୨, ଓଡି-୦୯-ସି-୩୦୭୯ ଓ ଓଡି-୦୯-ପି-୫୮୭୩)କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସେମାନଙ୍କ ପରିଚୟ ମିଳିପାରିନି। ବଡ଼ବିଲ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ସମସ୍ତ ୪ଟି ଟ୍ରକ୍‌କୁ ଜବତ କରିଛି।

ସମ୍ବନ୍ଧିତ ଖବର