ଗୟା ଷ୍ଟେସନରୁ ବନ୍ଧା ହେଲେ ୩ ରାଉରକେଲା ଚୋର

ରାଉରକେଲା: ଚଳନ୍ତା ଟ୍ରେନ୍‌ରୁ ଚୋରି ଘଟଣାରେ ବିହାର ଗୟା ଷ୍ଟେସନରୁ ୩ ଚୋରକୁ  ଗିରଫ କରିଛି ଆର୍‌ପିଏଫ୍‌। ଗିରଫ ସମସ୍ତ ଚୋର ରାଉରକେଲା ସହରର। ସେମାନେ ହେଲେ ଆନନ୍ଦଭବନ ଲେନ୍‌ର ମହମ୍ମଦ ଗ୍ୟାସୁଦ୍ଦିନ, ଉର୍ଦ୍ଧ୍ବ ଗଳିର ମହମ୍ମଦ ସକିଲ, ନାଲା‌ରୋଡର ମହମ୍ମଦ ମୋଇନୁଦ୍ଦିନ।

ଏମାନଙ୍କ ନିକଟରୁ ଚେନ୍‌ କଟର, ଛୁରି, ବିଦେଶୀ କମ୍ପାନୀର ହାତଘଣ୍ଟା, ତିନି ମୋବାଇଲ, ଏସି କୋଚ୍‌ର ଟ୍ରେନ୍‌ ଟିକେଟ୍‌ ଜବତ ହୋଇଛି। ଗିରଫ ଚୋରମାନେ ରାଉରକେଲାରୁ ବିହାର, ଛତିଶଗଡ ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ର ଏସି କୋଚ୍‌ର ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ସାଧାରଣ ଯାତ୍ରୀଙ୍କ ଭଳି ଏସି କୋଚ୍‌ରେ ଟିକେଟ୍‌ କାଟି ଯାତ୍ରା କରୁଥିଲେ। ଚୋରି କରିବା ପରେ ଅନ୍ୟ ଏକ ଷ୍ଟେସନରେ ଓହ୍ଲାଇ ଚମ୍ପଟ ମାରୁଥିଲେ।

ସମ୍ବନ୍ଧିତ ଖବର