ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ, କୋରାପୁଟ ଦେଇ ଯାଉଥିବା ବେଳେ ୪ ବଗି ଲାଇନଚ୍ୟୁତ

ଜୟପୁର: ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଛି। ଟ୍ରେନ୍  କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି | ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନାହିଁ | ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା | ଘଟଣାସ୍ଥଳକୁ ରିଲିଫ ଟ୍ରେନକୁ ପଠାଯାଇଥିବାବେଳେ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି |

ଡ଼ିଭିଜନାଲ ରେଲୱେ ମ୍ୟାନେଜର ଅନୁପ ଶତପଥୀ, ସୁଧୀର କୁମାର ଗୁପ୍ତା, ମନୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ କିଭଳି ଅନ୍ୟ ଟ୍ରେନରେ ଗନ୍ତବ୍ୟସ୍ଥଳକୁ ପଠାଇ ହେବ ସେନେଇ ବ୍ୟବସ୍ଥା କରୁଛନ୍ତି | ଉଲ୍ଲେଖ ଥାଉ କି ଏହି ପାସେଞ୍ଜର ଟ୍ରେନଟି ବିଶାଖାପାଟଣାରୁ ସକାଳ ୬ଟା ୪୫ରେ ବାହାରି କିରନ୍ଦୁଲରେ ରାତି ୮ଟା୪୫ରେ ପହଂଚିଥାଏ |

ସମ୍ବନ୍ଧିତ ଖବର