ବାରାଣାସୀ : ଜ୍ଞାନବାପୀ ମସଜିଦ ଓ ଶୃଙ୍ଗାର ଗୌରୀ ମାମଲାରେ ବାରାଣାସୀ ଜିଲ୍ଲା ଅଦାଲତରେ ହିନ୍ଦୁ ପକ୍ଷଙ୍କ ଏକ ବଡ଼ ବିଜୟ ହୋଇଛି । କୋର୍ଟ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କରିବା ସହ କହିଛନ୍ତି ଯେ ଜ୍ଞାନବାପୀ ମସଜିଦରେ ପ୍ରାର୍ଥନା ପାଇଁ ୫ ଜଣ ହିନ୍ଦୁ ମହିଳା କରିଥିବା ଆବେଦନ ଶୁଣାଣିଯୋଗ୍ୟ । ଏ.କେ.ବିଶ୍ବେସଙ୍କୁ ନେଇ ଗଠିତ ଏକ ଜଣକିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କୋର୍ଟଙ୍କ ଏହି ରାୟକୁ ହିନ୍ଦୁପକ୍ଷଙ୍କ ଏକ ବଡ଼ ବିଜୟ ବୋଲି କହି, ହିନ୍ଦୁପକ୍ଷଙ୍କ ଓକିଲ ବିଷ୍ଣଶଙ୍କର ଜୈନ କହିଛନ୍ତି ଯେ, ଏହି ମାମଲା ସାମ୍ବିଧାନିକ ଦୃଷ୍ଟିକୋଣରୁ ଆଗକୁ ବଢୁଛି । ଆଗକୁ ଲଢେଇ ପୂଜା କରିବାର ଅଧିକାର ଓ ସିଭିଲ କୋର୍ଟଙ୍କ ଦ୍ବାରା ଏହି ମସଜିଦର କରାଯାଇଥିବା ସର୍ଭେର ବୈଜ୍ଞାନିକ ଯାଞ୍ଚ ଦାବିକୁ ନେଇ ହେବ । ଆଗକୁ ମନ୍ଦିର ନିର୍ମାଣର ରାସ୍ତା ଫିଟିବାରେ ଲାଗିଛି । ଖୁବଶୀଘ୍ର ପୂଜା କରିବାର ଅଧିକାର ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଅନ୍ୟପକ୍ଷରେ ମୁସଲିମ ପକ୍ଷର ପ୍ରତିନିଧିତ୍ବ କରୁଥିବା ଅଂଜୁମନ ଇତଜାମିଆ ମସଜିଦ କମିଟି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ନେଇ ଖୁସି ନାହାନ୍ତି । ଜିଲ୍ଲା କୋର୍ଟଙ୍କ ରାୟର ନକଲ ମିଳିବା ପରେ ତାହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ । କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ମସଜିଦ ଏକ ଓ୍ବାକଫ ସଂପତ୍ତି, ଏଣୁ ଏହି ମାମଲାର ଆଇନଗତ ଭିତ୍ତି ନାହିଁ ।