ଭୁବନେଶ୍ବର: ଯୁବଗାଳ୍ପିକ ଡିଲେଶ୍ୱର ରଣା ୨୦୨୩ ବର୍ଷ ପାଇଁ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇବେ। ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସଚିବ କେ.ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି। ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର। ପୁରସ୍କାର ବାବଦକୁ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରଣାଙ୍କୁ ୫୦ ହଜାର ଟଙ୍କାର ଚେକ୍, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଯୁବ ପୁରସ୍କାର ମୋ ପାଇଁ ଏକ ଉତ୍ତରଦାୟିତ୍ୱ ବୋଲି ମନେ କରୁଛି। ଓଡ଼ିଆ ସାହିତ୍ୟର ଅସ୍ମିତା ଓ ପ୍ରବହମାନ ଧାରାରେ ନିଜକୁ ସକ୍ରିୟ ରଖିବା ପାଇଁ ଚେଷ୍ଟା କରିବି। ଏହା ମତେ ଦାୟିତମନସ୍କ କରିବ ଏବଂ ଆଗାମୀ ଦିନମାନଙ୍କରେ ଓଡ଼ିଆ ସାହିତ୍ୟରେ ନିଜର ଯୋଗଦାନ ପାଇଁ ଅଭିପ୍ରେରିତ କରିବ।
-ଡିଲେଶ୍ୱର ରଣା 

ସୂଚନାଯୋଗ୍ୟ, ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ମଧ୍ୟରେ ଥିବା ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ସଂକ୍ଷେପରେ ଡିଲେଶ୍ୱର ରଣା 
ପିତା: ବ୍ରଜ ରଣା, ମାତା: ବିଦୁସୁତା ରଣା
ଜନ୍ମ ତାରିଖ: ୧୪/୦୬/୧୯୯୪, ଗ୍ରାମ-ଧଅଁରାମାଲ
ପୋ: ରୁପ୍ରା, ଭାୟା-ରୁପ୍ରାରୋଡ଼, ଜିଲ୍ଲା-କଳାହାଣ୍ଡି
ଶିକ୍ଷାଗତ ଯୋଗ୍ୟତା: ଏମ୍.ଏ, ବିଇଡି, ପିଏଚଡ଼ି ଅଧ୍ୟୟନରତ
ବୃତ୍ତି: ସହଶିକ୍ଷକ, କୁଟେନପଦର ପ୍ରାଥମିକ ବିଦ୍ୟାଳୟ, ଭବାନୀପାଟଣା
ପ୍ରବୃତ୍ତି: ଗପ, କବିତା, ଫିଚର୍, ନାଟକ ଲେଖିବା, ମଂଚ ଅଭିନୟ

ସାହିତ୍ୟ ସମ୍ମାନ-
-କଥା ନବପ୍ରତିଭା ସମ୍ମାନ ୨୦୧୮ ଭୁବନେଶ୍ୱର
-କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର ୨୦୧୯ ଭୁବନେଶ୍ୱର
-ନବନୀତା ପଲ୍ଲବନ ଶବ୍ଦ ସମ୍ମାନ ୨୦୧୭ ବଲାଙ୍ଗୀର
-କବିତାରା ୨୦୧୯ ଭୁବନେଶ୍ୱର
-ପଦ୍ମଲୋଚନ ସ୍ମୃତି ସମ୍ମାନ ୨୦୨୧, ନର୍ଲା
-ୟୁଥ ଉତ୍କଳ ଯୁବ ସମ୍ମାନ ୨୦୧୯ ଭୁବନେଶ୍ୱର
-ଉଦୟରାଗ ଯୁବ ପୁରସ୍କାର ୨୦୧୯ ଭୁବନେଶ୍ୱର
-ତପସ୍ୟା ସମ୍ଭାବନା ପୁରସ୍କାର ୨୦୧୯ ଭୁବନେଶ୍ୱର
-ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରପ ୨୦୨୧, ଭାରତ ସରକାର
-ଦେବଗିରି ଯୁବ ସମ୍ମାନ, କଳାହାଂଡି
-ପ୍ରତିଭା ଯୁବ ସମ୍ମାନ, ଭବାନୀପାଟଣା
-ପ୍ରକୃତି ବନ୍ଧୁ, ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର

ସମ୍ବର୍ଦ୍ଧନା:
-କଳାହାଣ୍ଡି ବିଶ୍ୱବିଦ୍ୟାଳୟ
-ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା
-ସ୍ମାରକୀ, ଭବାନୀପାଟଣା
-ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ
-ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର
-ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ବୁଢ଼ୀପଦର
-ଗ୍ରାମ୍ୟ ଉତ୍ସବ, ବିଶ୍ୱନାଥପୁର

ପ୍ରକାଶିତ ପୁସ୍ତକ:
-ସେଁର୍‌ରା(ଗଳ୍ପ ସଂକଳନ)- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ ପୁସ୍ତକ ୨୦୨୨
-ମେଲିଭୂଇଁ(ଉପନ୍ୟାସ)- ସହିଦ ରେଣ୍ଡୋ ମାଝୀଙ୍କ ଉପରେ ରଚିତ, ନ୍ୟାସନାଲ ବୁକ୍‌ ଟ୍ରଷ୍ଟ, ଭାରତ ସରକାର ଦ୍ୱାରା ପ୍ରକାଶିତ୨୦୨୨
-ଏକ୍ସପର୍ଟ ସଦସ୍ଯ- ଆଦିବାସୀ ଭାଷା ପାଠ୍ୟ ପୁସ୍ତକ ପ୍ରସ୍ତୁତି କମିଟି, ଏନ୍‌ସିଇଆରଟି, ନୂଆଦିଲ୍ଲୀ

ସମ୍ପାଦନା-
-ସହ ସଂପାଦକ: ମହୁରି(ସାହିତ୍ୟ ପତ୍ରିକା)୨୦୨୦
-ଆବାହକ: ଗ୍ଲୋବାଲ ଲାଇଫରେଚର ଫାଉଣ୍ଡେସନ
-ଡିଜାଇନର: ଜନଜାତି ସାଧନ କେନ୍ଦ୍ର ଓ ସଂଗ୍ରହାଳୟ, କଳାହାଣ୍ଡି ଶିକ୍ଷା ବିଭାଗ
-ସାଧାରଣ ସମ୍ପାଦକ: କଳାହାଣ୍ଡି ଯୁବ ଲେଖକ ସମାବେଶ
-ସାଧାରଣ ସମ୍ପାଦକ: ସମ୍ବାଦ ସାହିତ୍ୟ ଘର, ରୁପ୍ରା