ପୂର୍ବାଞ୍ଚଳ ଯୁବ ଲେଖକ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଦାର୍ଜିଲିଂଠାରେ ଆୟୋଜିତ ପୂର୍ବାଞ୍ଚଳ ଯୁବ ଲେଖକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଷାର ପ୍ରତିନିଧିମାନେ ଅଂଶଗ୍ରହଣ କରି ଗଳ୍ପ, ପ୍ରବନ୍ଧ ଓ କବିତା ପାଠ କରିଥିଲେ।

ନେପାଳୀ ଭାଷାର ଆବାହକ ଜୀବନ ନାମଦୁମ ମୂଳ ଭାଷଣ ପାଠ କରିବା ସହିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସାହିତ୍ୟ ଅକାଦେମି ସଚିବ ଡଃ କେ. ଶ୍ରୀନିବାସରାଓ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଅକାଦେମି ପୂର୍ବାଞ୍ଚଳ ପରିଷଦର ଅଧକ୍ଷ ପ୍ରଫେସର ଅଶୋକ ଅବିଚଳ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ସାଉଫିଲଡ କଲେଜର ଅଧ୍ୟକ୍ଷ ଅନୁରାଧା ରାଏ ଅଧ୍ୟକ୍ଷତା କରିଥିବାବେଳେ ଆଞ୍ଚଳିକ ସଚିବ ଡଃ ଦେବେନ୍ଦ୍ର କୁମାର ଦେବେଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀର ତୃତୀୟ ଅଧିବେଶନ ଗଳ୍ପପାଠ କାର୍ଯ୍ୟକ୍ରମରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ଡ. ବିଜୟାନନ୍ଦ ସିଂହ ସଭାପତିତ୍ବ କରିଥିଲେ। ଓଡିଶାରୁ ଯୁବ କବି ତ୍ରିଲୋଚନ ସାହୁ ଏବଂ କଥାକାର ଯୋଗେଶ୍ୱର ପଣ୍ଡା ଯୋଗଦେଇ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ, ଯାହାକି ପ୍ରଶଂସିତ ହୋଇଥିଲା।

ସମ୍ବନ୍ଧିତ ଖବର