ଦେଢ଼ ମାସରେ ଜୟପୁରରୁ ଉଡ଼ିବ ବିମାନ 

ଜଗନ୍ନାଥ ସାଗର ଉନ୍ନତିକରଣ କରାଯିବ: ମୁଖ୍ୟ ଶାସନ ସଚିବ

ଜୟପୁର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନ ସାଢ଼େ ୫ଟା ବେଳେ ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚି ଏହାର ସଂପ୍ରସାରଣ କାର୍ଯ୍ୟ ଦେଖିଥିଲେ। ରନେୱେ କାର୍ଯ୍ୟ ଦେଖିବା ସହ ଟର୍ମିନାଲ ଭିତରକୁ ଯାଇ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହା‌ପରେ ‌ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ଯାଇ ସେଠାରେ ଚାଲିଥିବା ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଦେଖିଥିଲେ।

ଚିକିତ୍ସାଳୟର ରାସ୍ତା, ପାର୍କିଂ ସ୍ଥାନ, କର୍ମଚାରୀଙ୍କ ପାଇଁ କ୍ବାଟର, କ୍ୟ‌ାଣ୍ଟିନ୍ ଓ ବିଭିନ୍ନ ବିଭାଗର ଗୃହ ଆର୍ଦି ନିର୍ମାଣ କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତି। ଏହାପରେ ଜଗନ୍ନାଥ ସାଗରକୁ ଯାଇଥିଲେ ସେଠାରେ ତାହାକୁ କିଭଳି ଉନ୍ନତିକରଣ କରାଯିବ ସେଥିନେଇ ଆଲୋଚନା କରିଛନ୍ତି। ସାଗରର କେତ ଅଞ୍ଚଳରେ ରହିଛି, କେଉଁ ଦିଗରୁ ଡ୍ରେନେଜ ପାଣି ପଶୁଛି, ଡ୍ରେନ ପାଣିକୁ କିଭଳି ଅନ୍ୟ ଦିଗରେ ନିଆଯିବ ସେହ ବିଷୟ‌ରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀଙ୍କୁ ପଚାରିଛନ୍ତି। ସାଗରର ଉନ୍ନତିକରଣ ପାଇଁ ଗୋଟିଏ ଡିପଆର ପ୍ରସ୍ତୁତ କରି ଟିଏସି (ଟେକ୍ନିକାଲ ଆଡଭାଇଜର କମିଟି)କୁ ପଠାଯିବ ସେଠା‌ରେ ଅନୁମୋଦ ପରେ ପାଣ୍ଠି ଆସିବ, ଏହାପରେ ନିର୍ମାଣ ସାଗରର ଉନ୍ନତିକରଣ କରାଯିବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜୟପୁରରେ ଚାଲିଥିବା ମୁଖ୍ୟ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଛନ୍ତି। ଜୟପୁର ଏୟାଷ୍ଟ୍ରିପର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ଟର୍ମିନାଲ ବିଲ୍ଡିଂ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଆବଶ୍ୟକତା ରହିଥିଲା ତାହା ପୂରଣ କରାଯାଇଛି, ଏହି କାର୍ଯ୍ୟର ନିରୀକ୍ଷଣ କରାଯାଇଛି। ଦେଢ଼ ମାସ ମଧ୍ୟରେ ଜୟପୁରୁ ବିମାନ ଉଡିବା ନେଇ ସେ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଆସନ୍ତା ଦେଢ଼ ବର୍ଷ ଭିତରେ କାର୍ଯ୍ୟ ଶେଷ ହେବ।

ଚିକିତ୍ସାଳୟ ସହିତ କ୍ବାଟର୍ସ ଓ ଅନ୍ୟାନ କୋଠା କାର୍ଯ୍ୟ ମଧ୍ୟ ଶେଷ ବେହ କହିଛନ୍ତି। ଜଗନ୍ନାଥ ସାଗରର କିଭଳି ସୌନ୍ଦର୍ଯ୍ୟୀକରଣ କରିହେବ ଏବଂ ହଜାର ହଜାର ଜନସାଧାରଣ ତାହାକୁ ବ୍ୟବହାର କରିପାରିବେ, ଚାରିପଟେ ‌ଲୋକେ ଚାଲିବା ପାଇଁ ପାଦଚଲା ରାସ୍ତା ନିର୍ମାଣ, ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ସାଗର ଭିତରକୁ ଯେଉଁ ଡ୍ରେନ ପାଣି ପସୁଛି ତାହାକୁ ଅନ୍ୟ ଦିଗରେ କିଭଳି ନିଆଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ, ମୁଖ୍ୟ ଶାସନ ସବିବଙ୍କ ଗସ୍ତ ସମୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍ ଅଖତର, ଏସ୍‌ପି ବୁରଣ ଗୁଣ୍ଠପାଲି, ପିଡିଡିଆରଡିଏ ହେମକାନ୍ତ ସଏ, ଉପଜିଲ୍ଲାପାଳ ବେଦବର ପ୍ରଧାନ, ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ସାହୁ, ଅଧିକ୍ଷଣ ଯନ୍ତ୍ରୀ ଇଂ ଭାସ୍କର ଚନ୍ଦ୍ର ସମାନ୍ତରାୟ, ଉପଜିଲ୍ଲାପାଳ ବେଦବର ପ୍ରଧାନ, ଏସଡିପିଓ ଅରୂପ ଅଭିଷେକ ବେହେରା, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର