ଭୁବନେଶ୍ବର କେଶରୀ ମଲରେ ନିଆଁ

ଭୁବନେଶ୍ବର: ଭୁବନେଶ୍ବର ୟୁନିଟ-୨ କେଶରୀ ମଲରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମୋଟାମୋଟି ମଲ୍‌ର ୬ଟି ସୋ ରୁମରେ ନୂଆଁ ଲାଗିଥିବା ମଲ୍‌ କମର୍ଚାରୀଙ୍କ ଦ୍ବାରା ସୂଚନା ମିଳିଛି । ସ୍ଥାନୀୟ କର୍ପୋରେଟର ଆସିଆ ବେଗମ କହିଛନ୍ତି ଯେ, କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସେତେବେଳକୁ କିଛି କର୍ମଚାରୀ ମଲରେ ଥିଲେ। ସେମାନେ ଖବର ଦେବାରୁ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଭୁବନେଶ୍ବର ଅଗ୍ନିଶମ କେନ୍ଦ୍ରର ୩ ଗାଡ଼ି ଓ ୨୫ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।

ସୂଚନା ଅନୁସାରେ, ମଲର ଅଜୟ ଗାରମେଣ୍ଟରେ ପ୍ରଥମେ ନିଆଁ ଲାଗିଥିଲା। ତେବେ ରାତି ଅଧିକ ହୋଇଯାଇଥିବାରୁ ଲୋକଭିଡ ନଥିଲା। ଖବର ଲେଖାଯିବ‌ା ବେଳକୁ କେହି ଆହତ ହେବା ସୂଚନା ମିଳିନାହିଁ। ଅଗ୍ନିଶମ ବିଭାଗର ଅକ୍ଳାନ୍ତ ଉଦ୍ୟମରୁ ବର୍ତ୍ତମାନ ନିଆଁ ନିୟନ୍ତ୍ରଣକୁ ଆସିଯାଇଛି।  ଅଗ୍ନିକାଣ୍ଡ ଯୋଗୁ କ’ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ।  ନିଆଁ କେମିତି ଲାଗିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କର୍ପୋରେଟର ବେଗମ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର