କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ଜେଲ୍ କର୍ମଚାରୀ

ମାଲକାନଗିରି,: ନିଖିଳ ଓଡିଶା କାରଗାର କର୍ମଚାରୀ ମହାସଂଘର ଆହ୍ବାନକ୍ରମେ ମାଲକାନଗିରି ଶାଖାର କାରାଗାର କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଆରମ୍ଭ କରିଛନ୍ତି। ସେମାନେ ଦାବିରେ ଜଣାଇଛନ୍ତି ଯେ, କାରାରକ୍ଷୀମାନଙ୍କୁ ୧୯୦୦ ଗ୍ରେଡପେ ପ୍ରଦାନ କରାଯାଉଥିବା ବେଳେ ତାହାକୁ ୨୦୦୦ ଓ ମୁଖ୍ୟ କାରାରକ୍ଷୀମାନଙ୍କୁ ୨୦୦୦ ଗ୍ରେଡ ପେ ମିଳୁଥିବା ବେଳେ ତାହାକୁ ୨୪୦୦କୁ ବୃଦ୍ଧି କରିବା, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦୋନ୍ନତି ପାଇଁ ବରିଷ୍ଠତା ଭିତ୍ତିରେ ୨୦୧୨ ମସିହାର ପଦୋନ୍ନତି ନିୟମକୁ ଲାଗୁ କରିବା, ଉପଖଣ୍ଡସ୍ତରରେ ବଦଳି କରିବା, ମାସକୁ ଖାଦ୍ୟ ଭତ୍ତା ବାବଦରେ ଦିଆଯାଉଥିବା ୪୦୦ ଟଙ୍କା ବଦଳରେ ୧୪୦୦ ଟଙ୍କାକୁ ବୃଦ୍ଧି କରିବା, ସପ୍ତମ ବେତନ କମିସନ ୨୦୧୭ ମସିହା ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ପୂର୍ବରୁ ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଦାବି ପୂରଣ ବିଷୟରେ ଅବଗତ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ଦିଆଯାଇ ଏହାକୁ ଏଡାଇ ଦିଆଯାଇଛି। ଆସନ୍ତା ୨୪ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୫ ତାରିଖରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ମାଲକାନଗିରି ଶାଖା ସଭାପତି ସାଧୁ ହିକକା, ସମ୍ପାଦକ ନୀଳକଣ୍ଠ ଖୀଲ, କେନ୍ଦ୍ରୀୟ କମିଟି ସଦସ୍ୟ ବବ୍ରୁବାହାନ ନାୟକ, ଗତିକୃଷ୍ଣ ମହାନ୍ତି, ପ୍ରିୟଙ୍କା ସାହୁ, ସସ୍ମିତା ସାହୁ, ଲକ୍ଷ୍ମଣ ପରଜା, ଗୋକୁଳ ହରିଜନ, ନେତ୍ରାନନ୍ଦ ସାହୁ, ଯୁଧିଷ୍ଟିର ହରିଜନ, ଶୁଭ ହାଲବା ଓ ରାକେଶ ଚୌଧୁରୀ ପ୍ରମୁଖ କଳାବ୍ୟାଜ୍ ପରିଧାନ କରିଥିଲେ।

ସମ୍ବନ୍ଧିତ ଖବର