ପ୍ରଭୁ ଗଣେଶଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ନେଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଶିଶୁ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ରବିବାର ପୁଣି ଏକ ଭୟ‌ାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳ ୭ଟା ସମୟରେ ସୱାଇ ମାଧୋପୁର ଜିଲ୍ଲାର ବୋନଲି ପୁଲିସ ଷ୍ଟେସନ ପରିସରରେ ଥିବା ରଣଥମ୍ଭୋରରେ ଅବସ୍ଥିତ ତ୍ରିନେତ୍ର ଗଣେଶଜୀଙ୍କ ଦର୍ଶନ କରିବାକୁ ଯାଉଥିବା  ବେ‌ଳେ ଭକ୍ତଙ୍କ କାର ଏକ ଅଜ୍ଞାତ ଗାଡି ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ କାରରେ ଥିବା ୬ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାକାର ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୁଲିସ ସମସ୍ତ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି  ସ୍ଥାନୀୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ମୃତ ଓ ଦୁଇ ଆହତଶିଶୁଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଦୁର୍ଘଟଣା କେଉଁ କାରଣରୁ ଘଟିଲା ସେଥିପାଇଁ ଯାଞ୍ଚ ଚାଲିଛି। କାର ସହିତ ଯେଉଁ ଅଜ୍ଞାତ ଗାଡ଼ିର ଧକ୍କା ହୋଇଥିଲା ‌ତାହାର ଖୋଜା ଚାଲିଛି। ଏଥିପାଇଁ ଦୁର୍ଘଟଣାସ୍ଥଳର ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ବି ଯାଞ୍ଚ କରାଯାଉଛି। ହୋଇପା‌ରେ ସେଥିରେ ଦୁର୍ଘଟଣାର କିଛି ଝଲକ ମିଳିପା‌ରିବ। ଯାହାକୁ ଆଧାର କରି ତଦନ୍ତ କରାଯାଇପାରିବ    ।

ଏହି ଦୁର୍ଘଟଣା ଏ‌ତେ ଭୟାବହ ଥିଲା ବି ଯିଏ ଦେଖୁଥିଲେ ସେ ସ୍ଥାଣୁ ପାଲଟି ଯାଉଥିଲେ। ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଶିଶୁ ସୌଭାଗ୍ୟବଶତଃ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।

ସମ୍ବନ୍ଧିତ ଖବର