ନୟାଗଡ଼ ଜିଲ୍ଲା କ˚ଗ୍ରେସ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ବର : ବିଧାୟକ ଅରୁଣ ସାହୁଙ୍କ ଗରିଫ ଦାବିରେ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ନୟାଗଡ଼ ଜିଲ୍ଲା କ˚ଗ୍ରେସ ସଭାପତି ରଞ୍ଜିତ ଦାସ ଓ ରାଜ୍ୟ ମହିଳା କ˚ଗ୍ରେସ ଉପସଭାପତି ଶୁଭଶ୍ରୀ ଦାସଙ୍କ ନେତୃତ୍ବରେ ଶତାଧିକ କ˚ଗ୍ରେସ କର୍ମୀ ସିବିଆଇ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ନବକଳେବର ବ୍ରହ୍ମ ବିଭ୍ରାଟ, ଦାରୁ ଚୟନର ଫିକ୍ସି˚ ଏବଂ ବ୍ରହ୍ମ ପରିବର୍ତନର ଗୁପ୍ତ ନିୟମ ପରମ୍ପରାକୁ ଭଙ୍ଗ କରା‌ଯାଇଛି। ଯେଉଁଥିରେ ସରକାରଙ୍କ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଏବ˚ ତତ୍‌କାଳନୀନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଶ୍ରୀ ସାହୁ ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସ˚ପୃକ୍ତି ରହିଛି। ‌ତେବେ ଦାରୁ ଚିହ୍ନଟ କରିବା ସମସ୍ତ ନୀତିନିୟମ ଏବ˚ ପରମ୍ପରାକୁ କାହା ଇଙ୍ଗିତରେ ଉଲଙ୍ଘନ କରାଗଲା। ବ୍ରହ୍ମ ବିଭ୍ରାଟ ରିପୋର୍ଟ କ’ଣ ପାଇଁ ସର୍ବସାଧାରଣରେ ପ୍ରକାଶ କରାଯାଉ ନାହିଁ ? ଏହାର ନିରପେକ୍ଷ ତଦନ୍ତ ଦାବିରେ ଏକ ପ୍ରତିନିଧି ମଣ୍ତଳୀ ଆଜି ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିଲେ। ଏ ଘଟଣାରେ ସିବିଆଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଜିଲ୍ଲା କଂ‌ଗ୍ରେସ ଦାବି କରିଛି। ଏଥିରେ କମଳ ଚରଣ ସାହୁ, ଜୟନ୍ତ ଭୋଇ,ଦୀପକ କୁମାର ମହାପାତ୍ର, ହୁସେନ ଖାଁ, ମନୋଜ କୁମାର ସାହୁ, ଭାଗୀରଥି ପଲେଇ, ବସନ୍ତ କୁମାର କର, ଦୀପକ ବେହେରା, ନବକିଶୋର ପ୍ରଧାନ, ରୁଦ୍ରମାଧବ ମିଶ୍ର, ନୀଳାଞ୍ଚଳ ପାତ୍ର ପ୍ରମୁଖ ଶତାଧିକ କ˚ଗ୍ରେସ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର