ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନରେ ଯୋଗ ଦେଲେ ନୂଆ ଡିଭିଜିନାଲ ରେଳୱେ ମ୍ୟାନଜର

ଜୟପୁର/ରାୟଗଡ଼ା: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଭିଜିନାଲ ରେଲୱେ ମ୍ୟାନଜର(ଡିଆରଏମ) ଅନୁପ ଶତପଥୀଙ୍କ ଏହାରି ମଧ୍ୟରେ ପଦ‌ନ୍ନୋତି ହୋଇଛି। ସେ ତାଙ୍କ ଦାୟିତ୍ବ ନୂଆରେ ଆସିଥିବା ଡିଆରଏମ ସୌରଭ ପ୍ରସାଦଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ସେଣ୍ଟ୍ରାଲ ରେଲୱେ ଚିଫ ରୋଲିଂ ଷ୍ଟକ ଇଞ୍ଜିନିୟରରୁ ପଦ‌ନ୍ନୋତି ପାଇଁ ଶ୍ରୀ ପ୍ରସାଦ ଡିଆରଏମ୍ ଭାବେ ଯୋଗ ଦେଇଛନ୍ତି।

ପ୍ରକାଶଯୋଗ୍ୟ, ୧୯୯୧ବ୍ୟାଚର ଇଣ୍ଡିଆନ ରେଲ‌େୱ ସର୍ଭିସ ଅଫ୍ ମେକାନିକାଲ ଇଞ୍ଜିନିୟର୍ସର ଅଧିକାରୀ ସୌରଭ ପ୍ରସାଦ । ସେ ଏହା ପୂର୍ବରୁ  କେନ୍ଦ୍ରୀୟ ରେଳପଥ, ପଶ୍ଚିମ ରେଳପଥ, ପଶ୍ଚିମ କେନ୍ଦ୍ରୀୟ ରେଳପଥ ଏବଂ କୋଙ୍କଣ ରେଳପଥ ଅଂଚଳରେ ବ୍ୟାପକ ରେଳ ଚଳାଚଳ ଏବଂ ରକ୍ଷଣାବେକ୍ଷଣ ସହିତ ପ୍ରକଳ୍ପ ଅଭିଜ୍ଞତା ରହିଛି। ଶ୍ରୀ ପ୍ରସାଦ ମୁମ୍ବାଇରୁ ଏକାଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବାର ଶ୍ରେୟ ଦିଆଯାଉଛି। ପଶ୍ଚିମ ରେଳପଥରେ ମୁମ୍ବାଇର ଅତିରିକ୍ତ ମଣ୍ଡଳ ରେଳ ପରିଚାଳକ ଭାବେ ସେ ମୁମ୍ବାଇର ଉପନଗରୀୟ ଷ୍ଟେସନଗୁଡ଼ିକର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ପ୍ରମୁଖ ଭୂମିକା ନେଇଥିଲେ। ଇସ୍ପାତ ଏବଂ ଶକ୍ତି କେନ୍ଦ୍ର, ରେଳ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ତଥା ପାର୍ବତ୍ୟ ରେଳ ପାଇଁ ଇଞ୍ଜିନ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ରତ୍ନଗିରିରେ ରୋଲିଂ ଷ୍ଟକ୍ କମ୍ପୋନେଣ୍ଟ୍ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ କାର୍ଯ୍ୟ କରି ଆସିଥିଲେ। ସେ କୋଙ୍କଣ ରେଳପଥରେ କାର୍ଯ୍ୟ କରୁଥିବା ବେଳେ ଭାରତ ଓ ବିଦେଶରେ ବ୍ୟବସାୟିକ ବିକାଶ ଓ ପ୍ରକଳ୍ପ ପରିଚାଳନା କରିଛନ୍ତି।

ଶ୍ରୀ ପ୍ରସାଦ ଜମାଲପୁରସ୍ଥିତ ଇଣ୍ଡିଆନ୍ ରେଲୱେ ଇନିଷ୍ଟିଚ୍ୟୁଟ୍  ଅଫ୍ ମେକାନିକାଲ୍ ଆଣ୍ଡ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ।  ସେ ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଷ୍ଟର ଅଫ ଇଞ୍ଜିନିୟରିଂରେ ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ପରିଚାଳନା କ୍ଷେତ୍ରରେ ସେ ପ୍ରସ୍ତୁତ କରିଥିବା  ଥିସିସକୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଙ୍ଗାପୁରର ଏନଏଆଇଆର ଏବଂ ମାଲେସିଆର ଆଇସିଏଲ୍ଆଇଏଫ୍ଠାରେ ଅନୁଷ୍ଠିତ ଆଡଭାନ୍ସଡ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ତାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ଏବଂ ରେଳ ମନ୍ତ୍ରଣାଳୟ ଦ୍ୱାରା ‘ଉତ୍କୃଷ୍ଟ ସେବା ପାଇଁ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେ ଇନିଷ୍ଟୁଚ୍ୟୁସନ୍  ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ)ର ଫେଲୋ ଅଛନ୍ତି ବୋଲି ଏକ ପ୍ରେସ ବିଞପ୍ତିରେ ୱାଲଟିୟର ରେଲୱେ ଡିଭିଜନର ବରିଷ୍ଠ ଡିଭିଜିନାଲ ବାଣିଜ୍ୟିକ ପ୍ରବନ୍ଧକ ଏକେ ତ୍ରିପାଠୀ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର