ରିଲିଜ ହେଲା ‘ନୂଆଁ ରଙ୍ଗେ ମହାନଦୀର୍ ପାନି’

ସମ୍ବଲପୁର : ୟୁଟୁବ୍‌ରେ ରିଲିଜ ହୋଇଛି ସମ୍ବଲପୁରୀ ଗୀତ ‘ନୂଆଁ ରଙ୍ଗେ ମହାନଦୀର୍ ପାନି’। ଜଣାଶୁଣା ଗୀତିକାର ଯତୀନ୍ଦ୍ର ପ୍ରଧାନଙ୍କ ରଚିତ ‘ମହାନଦୀ ପାନି ପି’ କରି ଆମେ ହେଇଛୁ ମହାନ’ ଗୀତ କିଛି ବର୍ଷ ତଳେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହାର ଲୋକପ୍ରିୟତା ଦେଖି ପୁଣି ଥରେ ଯତୀନ୍ଦ୍ର ପ୍ରଧାନଙ୍କ ଅନୁମତି ଓ ରଚନାକ୍ରମେ ସେହି ଗୀତ ନୂଆଁ ରୂପ ଆଉ ନୂଆଁ ସ୍ୱରରେ ପୁଣି ଥରେ ପ୍ରସ୍ତୁତ କରାଯାଇଛି।

‘ଏସକେ ଅଫିସିଆଲ’ ସମ୍ବଲପୁର ୟୁଟୁବ ଚ୍ୟାନେଲ ପକ୍ଷରୁ ‘ନୂଆଁ ରଙ୍ଗେ ମହାନଦୀର ପାନି‘ ରିଲିଜ ହୋଇଯାଇଛି। ଏଥିରେ କଣ୍ଠଦାନ କରିଛନ୍ତି ଧୀରେନ ମଣ୍ଟୁ ଓ ଅନାମିକା ଆଚାର୍ଯ୍ୟ। ତ୍ରିଶୂଳ ବାବୁ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ‘ଏସକେ ଅଫିସିଆଲ’ ସମ୍ବଲପୁରର ସଦସ୍ୟ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର