ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା ଚୁଲା: ପୁରୀ ଏସପି

ପୁରୀ: ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଛନ୍ତି ଜଣେ ଅଭିଯୁକ୍ତ | ଆଉ ପୁରୀ ଏସପି କନୱର ବିଶାଲ ସିଂହ ଅଭିଯୁକ୍ତ ବାବଦରେ ସମ୍ୟକ ସୂଚନା ଦେଇଛନ୍ତି | ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ | କିନ୍ତୁ ଅଭିଯୁକ୍ତର ନାମ ଜେ.ମହାପାତ୍ର ବୋଲି ପୁଲିସ କହିଛି | ଜେ.ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବୟସ ୩୦ ବର୍ଷ ବୋଲି ପୁଲିସ କହିଛି | ତେବେ ଚୁଲି ଭାଙ୍ଗିବା ପଛର କାରଣ ବାବଦରେ ଏସପି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯିବାରୁ ସେ କହିଥିଲା ଯେ ତାଙ୍କୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିଲେ |

ଏସପି କହିଛନ୍ତି ଯେ ସିସିଟିଭି ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ | ସେହିପରି ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯିବା ଏହା ମାନସିକ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯିବ | ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିରକୁ ଆସିଥିଲା ଓ ବୁଲିଥିଲା | ଆଉ ନିଜକୁ ଭଲ ନ ଲାଗିବାରୁ ଚୁଲି ଭାଙ୍ଗିଦେଇଥିଲା ବୋଲି ଏସପି କହିଛନ୍ତି |

ସୂଚନା ଥାଉ କି ଗତ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ଜଣେ ୬ ଫୁଟରୁ ଅଧିକ ଉଚ୍ଚତାର ହୃଷ୍ଟପୃଷ୍ଟ ବ୍ୟକ୍ତି ଜଣକ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପଶି ରୋଷଘରକୁ ଯାଇ ୪୩ଟି ଚୁଲିକୁ ଭା‌ଙ୍ଗି ଦେଇଥିଲା। ସେହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା |

ସମ୍ବନ୍ଧିତ ଖବର