ତିହିଡ଼ି ରାମନାରାୟଣ ହାଇସ୍କୁଲ୍‌ର ପ୍ଲାଟିନମ୍ ଜୁବୁଲି ସମାରୋହ

ହୃଦୟକୁ କାହାରି ଅଧୀନ ହେବାକୁ ଦିଅନାହିଁ: ରାଜ୍ୟପାଳ

ତିହିଡ଼ି: ହୃଦୟକୁ କାହାରି ଅଧୀନ ହେବାକୁ ଦିଅନାହିଁ। ସମସ୍ତଙ୍କୁ ପ୍ରେମ କର। ଓଡ଼ିଶା ଏପରି ଏକ ରାଜ୍ୟ, ଯାହା ଚଣ୍ତାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା। ଯେଉଁ ରାଜ୍ୟରେ ଜଗନ୍ନାଥ ଅଛନ୍ତି, ସେଠାରେ ଆଉ କିଛି ଆବଶ୍ୟକତା ନାହିଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନନ୍ୟ ଶକ୍ତି ରହିଛି। ସେମାନେ ହୃଦୟବାନ୍‌ ହୋଇ ରାଷ୍ଟ୍ରକୁ ପ୍ରାଣ ପରି ଭଲପାଇବା ଉଚିତ ବୋଲି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଦୋଳସାହିସ୍ଥିତ ରାମନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ସମାରୋହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପାଳନ କମିଟିର ମୁଖ୍ୟ ପରାମର୍ଶଦାତା ଡ.ରବିନାରାୟଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ମୁଖ୍ୟବକ୍ତା ଭାବେ ‘କାଦମ୍ବିନୀ’ର ସମ୍ପାଦିକା ଡ.ଇତି ସାମନ୍ତ ଯୋଗ ଦେଇଥିଲେ। ବିଦ୍ୟାଳୟ ହେଉଛି ଏକ ତ୍ରିବେଣୀ ସଙ୍ଗମ। ଏହି ତ୍ରିବେଣୀ ସଙ୍ଗମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତା ସାମିଲ ଅଛନ୍ତି। ଏଠାରେ କେବଳ ତ୍ୟାଗର କଥା ହିଁ ଥାଏ ବୋଲି ଡ. ସାମନ୍ତ କହିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ତଳ ଓ ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌ପି ଚରଣସିଂ ମୀନା, ବିଡିଓ ବସନ୍ତ କୁମାର ସାହାଣୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି, ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା, ମାନସୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ମରଣିକା ‘ପ୍ରାକ୍ତନୀ’କୁ ମହାମହିମ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍କୁଲର ପ୍ରାକ୍ତନ ଶିକ୍ଷକ ଶେଖର ଚନ୍ଦ୍ର ସାହୁ, ଗୋପବନ୍ଧୁ ପାଣିଗ୍ରାହୀ, ପଦ୍ମନାଭ ପାଢ଼ୀ, ଦେବେନ୍ଦ୍ର କୁମାର ସ୍ବାଇଁ, ନରେନ୍ଦ୍ର ପ୍ରସାଦ ଦାସ, କୈଳାସ ଚନ୍ଦ୍ର ବଳ, ବିଷ୍ଣୁମୋହନ ପାଣିଗ୍ରାହୀ, ରଘୁନାଥ ମିଶ୍ର, ଯଦୁମଣି ବେହରା, ନବକିଶୋର ସାହୁ, କୃତୀ ଛାତ୍ର ଜ୍ୟୋତିରଞ୍ଜନ ଶତପଥୀ ଓ କୃଷ୍ଣମାଧବ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ସଭାପତି ବିଜୟ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭସ୍ମିତା ତ୍ରିପାଠୀ ବିବରଣୀ ପାଠ ଓ ପୁରାତନ ଛାତ୍ର ବିଶ୍ବଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କମିଟିର କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ପତି, ବିଦ୍ୟାଳୟର ପୁରାତନ ଛାତ୍ର ତଥା ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର, ପୁରାତନ ଛାତ୍ର ହୃଦାନନ୍ଦ ପାଣିଗ୍ରାହୀ, ବସନ୍ତ ନାୟକ, ସୁରେଶ ଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ଦାସ, ଭରତ ସାହୁ, ଶଙ୍କର୍ଷଣ ସ୍ବାଇଁ, ରବୀନ୍ଦ୍ର ପୁହାଣ, ଗୋବର୍ଦ୍ଧନ ସାମଲ, ବିଷ୍ଣୁମୋହନ ପାଣିଗ୍ରାହୀ, ଅଶୋକ କୁମାର ନାୟକ, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅତୁଲ ରଂଜନ ଶୁକ୍ଳ, ଦାଶରଥୀ ମହାପାତ୍ର, ତପନ କୁମାର ପାଢ଼ୀ, ଅଜୟ କୁମାର ପାଢ଼ୀ, ମନୋଜ ବସନ୍ତରାୟ, ପ୍ରିୟରଂଜନ ପାଣିଗ୍ରାହୀ, ଭରତ କୁମାର ସାହୁ, ଅବନୀ କୁମାର ବଳ, ହରିହର ପଣ୍ତା, ଅଜୟ କୁମାର ପ୍ରଧାନ, ପୂର୍ବତନ ସରପ‌ଞ୍ଚ ମୀନତିଲତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ ଓ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର