ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଓ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଛାତ୍ରୀ

ବିଜ୍ଞାନରେ ଶୁଭସ୍ମିତା, କଳାରେ ଇସାବେଲ ଓ ବାଣିଜ୍ୟରେ କେ ଲକ୍ଷ୍ମୀ ପ୍ରସନ୍ନା ଶ୍ରେଷ୍ଠ

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ(ଷଷ୍ଠ ସେମିଷ୍ଠାର) ଓ ପିଜି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ବିଜ୍ଞାନରେ ଶ୍ରେଷ୍ଠ ଛାତ୍ରୀ ହୋଇଛନ୍ତି ଶୁଭସ୍ମିତା ଦାଶ। ସେ ‘ଓ’ ଗ୍ରେଡ୍ ରଖିଛନ୍ତି। କଳାରେ ଇସାବେଲ ଦାଶ  ‘ଓ’ ଗ୍ରେଡ଼ ରଖି ଶ୍ରେଷ୍ଠ ଛାତ୍ରୀ ହୋଇଛନ୍ତି। ବାଣିଜ୍ୟରେ କେ ଲକ୍ଷ୍ମୀ ପ୍ରସନ୍ନା ‘ଓ’ ଗ୍ରେଡ଼ ରଖି ଶ୍ରେଷ୍ଠ ଛାତ୍ରୀ ହୋଇଥିବା କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସୂଚନା ଦେଇଛନ୍ତି।

ଯୁକ୍ତ ୩ର ବିଜ୍ଞାନ, କଳା ଓ ବାଣିଜ୍ୟରେ ଶ୍ରେଷ୍ଠ ସ୍ଥାନରେ ଛାତ୍ରୀ ମାନେ ରହି ବାଜି ମାରି ନେଇଛନ୍ତି। ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ ନ ହେବା ପୂର୍ବରୁ ହିଁ ଏଥରକ ୩ମାସ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶିତ ‌ହେବା ସହ ମହାବିଦ୍ୟାଳୟ ଇତିହାସରେ ପ୍ରଥମ କରି ଏତେ ଶୀଘ୍ର ବାହାରିଛି। ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଆରମ୍ଭ ହେବାକୁ ଆଉ ୪ଦିନ ବାକି ରହିଥିବା ବେଳେ ଏହା ସ୍ବୟଂଶାସିତ ମହାବିଦ୍ୟାଳୟର ନିଜସ୍ବ ପରୀକ୍ଷାଫଳ ପ୍ରକାଶନର ଶେଷ।

ଯୁକ୍ତ ୩ବିଜ୍ଞାନରେ ୨୦୬ଜଣ ଛାତ୍ରୀ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬୯ଜଣ ପାସ୍ କରିଛନ୍ତି। ପାସ୍ ହାର ୮୨.୦୪ ପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୧୫୮ ଜଣ, ଦ୍ବିତୀୟ ଶ୍ରେଣୀରେ ୧୧ଜଣ ଏଭଳି ୧୬୯ଜଣ ପାସ୍ କରିଛନ୍ତି। କଳାରେ ୨୪୬ଜଣ ପରୀକ୍ଷା ଦେଇଥିବା ବେଳେ ୨୦୭ଜଣ ପାସ୍ କରିଛନ୍ତି। ପାସ୍ ହାର ୮୪.୧୫ ପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୧୬୧ଜଣ, ଦ୍ବିତୀୟ ଶ୍ରେଣୀରେ ୪୬ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ୨୭୪ଜଣ ପରୀକ୍ଷା ଦେଇଥିବା ବେଳେ ୨୦୫ଜଣ ପାସ୍ କରିଛନ୍ତି। ପାସ୍ ହାର ୭୪.୮୨ଶତପ୍ରତିଶତ ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୧୨୩ଜଣ ଓ ଦ୍ବିତୀୟ ଶ୍ରେଣୀରେ ୮୨ଜଣ ଏଭଳି ୨୦୫ ପାସ୍ କରିଛନ୍ତି।

ବିଜ୍ଞାନ ବିଭାଗର ବଟନି ସମ୍ମାନରେ ଶୁଭସ୍ମିତା ଦାଶ, କେମିଷ୍ଟ୍ରିରେ ଆଦିତି ଗୁପ୍ତା, କଂପ୍ୟୁଟର ସାଇନ୍ସରେ ଭାଗ୍ୟଶ୍ରୀ ପଣ୍ଡା, ଗଣିତରେ ରାମକୃଷ୍ଣ ଦାସ, ଫିଜିକ୍ସରେ ସୋମନାଥ ପାଣିଗ୍ରାହୀ, ଜୁଲୋଜୀରେ ଦିବ୍ୟାନି ପଣ୍ଡା ଶ୍ରେଷ୍ଟ ଛାତ୍ରଛାତ୍ରୀ  ହୋଇଛନ୍ତି।

କଳାବିଭାଗର ଆନ୍ଥ୍ରପୋଲୋଜିରେ ଇସାବେଲ୍ ଦାଶ, ଶିକ୍ଷା ସମ୍ମାନରେ ରୁପାଳି ନି‌ଷଙ୍କ, ଇକୋନମିକ୍ସରେ ଶିବ ଗୌଡ଼, ଇଂରାଜୀରେ ଆଶିଷ କୁମାର ମହାରାଣା, ଜୋଗ୍ରୋଫିରେ ମିନାରାଓ ଟୁଇକା, ହିଷ୍ଟ୍ରିରେ ତୁଷାରକାନ୍ତ ପାଣିଗ୍ରାହୀ, ଓଡିଆରେ ହିମାଦ୍ରୀ ତନ୍ୟା ରାଜ, ଫିଲୋସଫିରେ ସୁଶ୍ରୀ ସାଲୋନୀ ଦାସ, ପଲଟିକାଲ୍ ସାଇନ୍ସରେ ସ୍ନେହାଂଜଳୀ ମିଶ୍ର, ସୋସିଓଲୋଜୀରେ ଆକାଶ ତ୍ରିପାଠୀ ମେଧା ତାଲିକାରେ ଶୀର୍ଷରେ ରହିଛନ୍ତି। ସେଭଳି ବିଭିନ୍ନ ପିଜିରେ ୩୩୨ଜଣ ପରୀକ୍ଷା ଦେଇଥିବା ବେଳେ ୩୦୨ଜଣ ୯୦.୯୬ପ୍ରତିଶତ ପିଲା ପାସ୍ କରିଛନ୍ତି। ଆଉଟଷ୍ଟାଣ୍ଡିଂରେ ୧୬ଜଣ, ପ୍ରଥମ ଶ୍ରେଣୀରେ ୧୯୬ଜଣ, ଦ୍ବିତୀୟ ଶ୍ରେଣୀରେ ୮୩ଜଣ, ଥାର୍ଡ କ୍ଲାସରେ ୭ଜଣ ପାସ୍ କରିଛନ୍ତି।

ପିଜିର ଇକୋନମିକ୍ସରେ ଶୁଭଶ୍ରୀ ଗୌଡ଼, ଇଂରାଜୀରେ ପ୍ରସନ୍ନ ପାଲଟାସିଂ, ହିଷ୍ଟ୍ରୀରେ ଅଶ୍ବିନୀ ମହାପାତ୍ର, ଓଡିଆରେ ରଞିତ ପରିଡ଼ା, ଫିଲୋସଫିରେ ସୁରେଶ ଖାତି, ପଲଟିକାଲ୍ ସାଇନ୍ସରେ ମାଧବ ପ୍ରଧାନି, ସୋସିଓଲୋଜୀରେ ଜ୍ୟୋତିରେଖା ପରିଡ଼ା, ବାଣିଜ୍ୟରେ ଶିବାନୀ ଦିବ୍ୟଦର୍ଶିନୀ, ବଟନିରେ ପ୍ରତ୍ୟୁଷା ପାଢ଼ୀ, କେମିଷ୍ଟ୍ରିରେ ଦିପ ଶିଖା ସାମଲ, କଂପ୍ୟୁଟର ସାଇନ୍ସରେ  ଭି.ଲହରି, ଫିଜିକ୍ସରେ ସରିତା ସାହୁ, ଜୁଲୋଜୀରେ ଅର୍ଚ୍ଚନା ବିଷୋୟୀ, ଏମପିଏମଆଇଆରରେ ତେଜସ୍ବିନୀ ମହାନ୍ତି ମେଧାତାଲିକାରେ ଶୀର୍ଷରେ ରହିଥିବା କଲେଜ ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସୂଚନା ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର