ସାଉଦି ଆରବରେ ପାଳିତ ହେଲା ଉତ୍କଳ ଦିବସ

ଭୁବନେଶ୍ୱର : ରାଜ୍ୟ ତଥା ଦେଶଠାରୁ ଦୂରରେ ରହି ମଧ୍ୟ ନିଜର ଐତିହ୍ୟ ଓ ପରମ୍ପରାକୁ ସବୁବେଳେ ହୃଦୟରେ ରଖିଛନ୍ତି ପ୍ରବାସୀ ଓଡ଼ିଆ। ସାଉଦି ଆରବର ଖୋବର୍‌ ସହରରେ ଓଡ଼ିଆ ସଂଗଠନ ‘କଳିଙ୍ଗାନ୍‌’ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଉତ୍କଳ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ଆରମ୍ଭରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ ଓଡ଼ିଶୀ, ସମ୍ବଲପୁରୀ ଭଳି ବିଭିନ୍ନ ଲୋକନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟ ଦାଶଙ୍କ ବଂଶୀ ବାଦନକୁ ସମସ୍ତେ ପ୍ରଶଂସା କରିଥିଲେ।

ଏହି ଅବସରରେ କୁନିକୁନି ପିଲାମାନଙ୍କ ମଧ୍ୟରେ ଓଡ଼ିଶା ବିଷୟବସ୍ତୁ ସଂପର୍କିତ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସଂଘର ସଦସ୍ୟ ରଞ୍ଜନ ରଥ, ସନ୍ତୋଷ ଦାସ, ଜ୍ୟୋତିର୍ମୟ ଦାଶ, ଶେଖ୍‌ ସରଫତ୍‌, ଅଗଷ୍ଟିନ୍‌ ଧୀର୍‌, ବସନ୍ତ ସାହୁ, ବିଶ୍ୱରଞ୍ଜନ ସାହୁ, ଇମ୍‌ତିଆଜ୍‌ ଅଲ୍ଲୀ, ସୂର୍ଯ୍ୟକାନ୍ତ ଦାସ, ଶୋଭନ ମହାନ୍ତି, ଦିଗମ୍ବର ମହାକୁଡ଼, ଅନିଲ କୁମାର କଶତି ଓ ପ୍ରୀତମ୍‌ ମହାନ୍ତି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର