ଡାକ୍ତରଙ୍କ ଷ୍ଟଡି ଲିଭ୍ ଅବଧି ୬ବର୍ଷକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ଖୁସି ଖବର। ପୂର୍ବରୁ ଥିବା ୩ବର୍ଷର ଷ୍ଟଡି ଲିଭ୍ ଅବଧିକୁ ରାଜ୍ୟ ସରକାର ୬ବର୍ଷକୁ ବୃଦ୍ଧି କରିଛନ୍ତି। ଏହାସହ ନିଯୁକ୍ତି ପାଇବାର ପ୍ରଥମ ୫ବର୍ଷ ଭିତରେ ଏହି ଛୁଟି ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଅର୍ଥ ବିଭାଗ ବିଭାଗ ଏହାକୁ ଅନୁମୋଦନ ଦେଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଡାକ୍ତରଙ୍କୁ ଚାକିରି ସମୟକାଳ ଭିତରେ ଷ୍ଟଡି ଲିଭ୍ ପାଇଁ ସମୁଦାୟ ୩ବର୍ଷର ଅନୁମତି ରହିଥିଲା। ମାତ୍ର ସରକାର ଏହାକୁ ସଂଶୋଧନ କରିବା ସହିତ ଏହାକୁ ୬ବର୍ଷକୁ ବୃଦ୍ଧି କରିଛନ୍ତି। ପିଜି ତଥା ପୋଷ୍ଟ ପିଜି କରିବାକୁ ଚାହୁଁଥିବା ଡାକ୍ତରମାନେ ଏଥିରେ ଉପକୃତ ହେବେ। ଏହାସହ ପୂର୍ବରୁ ନିଯୁକ୍ତି ପାଇବାର ୫ବର୍ଷ ଓ ଚାକିରି ଶେଷ ହେବାର ୩ବର୍ଷ ରହିଥିଲେ ଡାକ୍ତରଙ୍କୁ ଷ୍ଟଡି ଲିଭ୍‌ର ଅନୁମତି ନ ଥିଲା। କିନ୍ତୁ ଏବେ ନିଯୁକ୍ତି ପାଇବାର ପ୍ରଥମ ୫ବର୍ଷ ଭିତରେ ଜଣେ ଡାକ୍ତର ଷ୍ଟଡି ଲିଭ୍ ପାଇଁ ଆବେଦନ କରିପାରିବେ।

ସେହିପରି ଯେଉଁ ଡାକ୍ତର ନିଜର ୫ବର୍ଷର ଚାକିରି କାଳ ପୂରଣ ନ କରି ମଧ୍ୟ ଉଚ୍ଚତର ପାଇଁ ଯାଉଥିଲେ ତାହାକୁ ଏକ୍ସଟ୍ରା ଅଡିନାରି ଲିଭ୍(ଇଓଏଲ୍‌) ଭାବେ ବିଚାର କରାଯାଉଥିଲା। ଯାହାକି ଚାକିରି ସମୟ ଭାବେ ପରିଗଣିତ ନ ଥିଲା। ମାତ୍ର ଏବେ ଡାଇନାମିକ ଆସ୍ୟୁର୍ଡ କ୍ୟାରିୟର ପ୍ରୋାଗ୍ରେସନ(ଡିଏସିପି) ଯୋଜନାରେ ସରକାର ଇଓଏଲ୍‌ ସମୟକୁ ଚାକିରି ସମୟ ଭାବେ ବିଚାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର