କଲିକେଶ ଜାତୀୟ ରାଇଫଲ ସଂଘର ଅନ୍ତରୀଣ ସଭାପତି

ଭୁବନେଶ୍ବର: ଓଡ଼ିଶା ରାଇଫଲ ସଂଘର ପୃଷ୍ଠପୋଷକ ତଥା ପୂର୍ବତନ ସାଂସଦ ଓ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କ‌ଲିକେଶ ନାରାୟଣ ସିଂହଦେଓ ଜାତୀୟ ରାଇଫଲ ସଂଘର ଅନ୍ତରୀଣ ସଭାପତି ନିଯୁକ୍ତ ହୋଇଛନ୍ତି। ସଂଘର ସଭାପତି ରନିନ୍ଦର ସିଂହ ତାଙ୍କ ପଦରୁ ଅବ୍ୟାହତ ନେଇଥିବାରୁ ବରିଷ୍ଠ ଉପସଭାପତି ଥିବା କଲିକେଶଙ୍କୁ ଏହି ଦାୟିତ୍ବ ମିଳିଛି। କଲିକେଶ ନିଜ ଖେଳ ଜୀବନରେ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଅନେକ ପଦକ ଜିତିଛନ୍ତି। ଓଡ଼ିଶା ରାଇଫଲ ସଂଘକୁ ପ୍ରତିନିଧିତ୍ବ କରି ସେ ଜାତୀୟ ସଂଘର ଉପସଭାପତି ଏବଂ ବରିଷ୍ଠ ଉପସଭାପତି ଭାବେ ମନୋନୀତ ହୋଇ କାର୍ଯ୍ୟ କରୁଥିଲେ। ଅନ୍ତରୀଣ ସଭାପତି ଭାବେ ନିଯୁକ୍ତ ହୋଇଥିବାରୁ କଲିକେଶଙ୍କୁ ଓଡ଼ିଶା ରାଇଫଲ ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ, ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର