ଏକଥା ସମସ୍ତେ ଜାଣନ୍ତି ଯେ ବାୟାବୀ ରାବଣ କପଟ କରି ମାଆ ସୀତାଙ୍କୁ ଚୋରେଇ ନେଇଥିଲା। ମାତ୍ର ଆପଣ ଜାଣନ୍ତି କି ସେ କାହିଁକି ସୀତାଙ୍କୁ ନିଜ ରାଜପ୍ରାସାଦରେ ନ ରଖି ଅଶୋକ ବନରେ ରଖିଥିଲେ? ଖାଲି ସେତିକି ନୁହେଁ ସୀତାଙ୍କୁ ବାରମ୍ବାର ସମର୍ପଣ କରିବାକୁ ବାକ୍ୟରେ ବାଧ୍ୟ କରୁଥିଲେ ବି ନିଜ ପକ୍ଷରୁ ବଳପୂର୍ବକ ଭାବେ ସ୍ପର୍ଶ କରିପାରୁନଥିଲେ। ଏହା ପଛରେ ଏକ କାରଣ ରହିଛି। ରାବଣ ଚାହିଁକରି ବି କୌଣସି ନାରୀଙ୍କୁ ବଳପୂର୍ବକ ଅଶାଳୀନ ଭାବେ ସ୍ପର୍ଶ କରିପାରିବ ନାହିଁ ବୋଲି ଏକ ଅଭିଶାପର କାହାଣୀ ବାଲ୍ମିକୀ ରାମୟଣର ଉତ୍ତରାଖଣ୍ଡରେ ବର୍ଣ୍ଣନା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକଦା ରାବଣ ସ୍ୱର୍ଗଲୋକକୁ ଜୟ କରିବା ପାଇଁ ଯାଉଥାନ୍ତି। ଯିବା ବାଟରେ ତାଙ୍କ ନଜର ସୁନ୍ଦର ଅପସରୀ ରମ୍ଭାଙ୍କ ଉପରେ ପଡ଼ିଲା। ରାବଣ ରମ୍ଭାକୁ ଜୟ କରିବାକୁ ଚାହିଁଲେ। ସେ ଜୋର୍ଜବରଦସ୍ତ ରମ୍ଭାକୁ ଧରିପକାଇଲେ। ରମ୍ଭା ରାବଣକୁ ଛାଡ଼ି ଦେବା ପାଇଁ ବୀନତୀ କରିବାରେ ଲାଗନ୍ତି। ନିଜକୁ ରାବଣର କୁଳବଧୂ ବୋଲି କହନ୍ତି। ରମ୍ଭା କିପରି କୁଳବଧୂ ହେଲେ ବୋଲି ରାବଣ ପ୍ରଶ୍ନ କଲାରୁ ରମ୍ଭା କୁହନ୍ତି ଯେ ସେ ତାଙ୍କ ଭାଇ କୁବେରଙ୍କ ପୁତ୍ର ନଳକୁବେରଙ୍କୁ ପ୍ରେମ କରନ୍ତି। ତା’ପରେ ରାବଣ କହନ୍ତି କି ଜଣେ ଅପସରୀକୁ ସମେସ୍ତ ଚାହାଁନ୍ତି। ସେ ଜଣକୁ କିପରି ପ୍ରେମ କରିପାରିବ? ଏପରି କହିବା ପରେ ରାବଣ ବଳପୂର୍ବକ ରମ୍ଭା ସହ ଶାରୀରିକ ସଂପର୍କ ସ୍ଥାପନ କରନ୍ତି।
ରମ୍ଭା ଏକଥା ଯାଇ କାନ୍ଦି କାନ୍ଦି ନିଜ ପ୍ରେମୀ ନଳକୁବେରଙ୍କୁ କହନ୍ତି। ବଳକୁବେର ରାବଣଙ୍କର ଏପରି ମନ୍ଦ କାର୍ଯ୍ୟରେ କ୍ରୋଧାନ୍ଵିତ ହୋଇ ଯାଇ ତାଙ୍କୁ ଅଭିଶାପ ଦିଅନ୍ତି ଯେ ‘ଆଜିଠାରୁ କୌଣସି ବି ନାରୀକୁ ତୁମେ ବଳପୂର୍ବକ ତୁମ ଘରକୁ ନେଇପାରିବ ନାହିଁ କି ଅଶାଳୀନ ଭାବେ ସ୍ପର୍ଶ କରିପାରିବ ନାହିଁ। ଯଦି ଏପରି କର ତ ସେହି କ୍ଷଣ ହିଁ ତୁମର ମୃତ୍ୟୁ ଘଟିବ।’ ରାବଣ ଜଣେ ମହାଜ୍ଞାନୀ ହୋଇଥିବାରୁ ସେ ଏହି ଅଭିଶାପକୁ ଆଦୌ ଅଣଦେଖା କରନ୍ତି ନାହିଁ। ସେ ସେହି ଦନିଠାରୁ ନଳକୁବେର ଅଭିଶାପକୁ ମନେ ମନେ ଭୟ କରନ୍ତି। ସେଇଥିପାଇଁ ସୀତାଙ୍କୁ ଚୋରେଇ ସିନା ଆଣିଥିଲେ ହେଲେ ତାଙ୍କୁ ବନରେ ରଖି ସଂପର୍କ ପାଇଁ ବୀନତୀ କରନ୍ତି ସିନା ଜବରଦସ୍ତି କରିପାରନ୍ତି ନାହିଁ।