ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ବାନ

ବାଲେଶ୍ବରର ସନ୍ତୋଷ ଖଟୁଆ, କୋରାପୁଟ, ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଜେପି କର୍ମୀ ବି

ଭୁବନେଶ୍ବର : ଗତକାଲି ବିଜେପି ଛାଡ଼ିଥିବା ରାଜ୍ୟ ଉପ ସଭାପତି ସୁବାସ ଚୌହ୍ବାନ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ୨୦୧୪ରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ବି‌ଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଚୌହ୍ବାନ ଓ ତାଙ୍କ ସମର୍ଥକମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଶ୍ରୀ ଚୌହ୍ବାନ ଯୋଗଦେଇଥିବାରୁ ବହୁତ ଖୁସି ଅନୁଭବ କରୁଛି। ଏହି ଯୋଗଦାନ ଦ୍ବାରା ପଶ୍ଚିମ ଓଡ଼ିଶା ସହ ରାଜ୍ୟରେ ବିଜେଡିର ଶକ୍ତି ବୃଦ୍ଧି ହେବ।

ବି‌ଜେଡିରେ ସାମିଲ ହେବା ପରେ ଶ୍ରୀ ଚୌହ୍ବାନ କହିଥିଲେ ‘ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ମଧ୍ୟ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେ‌ଇଛି। ଏଠାରେ ମୋ‌ତେ ଦୁଇଟି ଚରିତ୍ର ଦୃଶ୍ୟମାନ ହେଲା। ମୁଖ୍ୟମନ୍ତ୍ରୀଙ୍କୁ ଯୁଧିଷ୍ଠିରଙ୍କ ‌ରୂପେ ଦେଖିବାକୁ ପାଇଲି। ତେଣୁ ତାଙ୍କ ପକ୍ଷ ଦେବାକୁ ନିଷ୍ପତ୍ତି ନେଲି। ଏହି ନିର୍ବାଚନରେ ଦୁ‌େର୍ଯ୍ୟାଧନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅହଙ୍କାର ଭାଙ୍ଗିବା ପାଇଁ ମୁଁ ଶାନ୍ତ ଓ ସରଳ ‌ସ୍ବଭାବର ନବୀନ ବାବୁଙ୍କ ସହ ରହି ଗୁଣ୍ଡୁଚି ମୂଷା ଭୂମିକା ନିର୍ବାହ କରିବି। ’ ଶ୍ରୀ ଚୌହ୍ବାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ର ସମାଜସେବୀ ଇଂ ଦେବବ୍ରତ ମିଶ୍ର (ଟୁକୁ) ଉପସ୍ଥିତ ଥିଲେ।

ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ସନ୍ତୋଷ ଖଟୁଆ ଓ ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ ଜୋନ୍‌-୧ ସଭାପତି ସାଇକାନ୍ତ ପାଣିଗ୍ରାହୀ ନିଜର ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। ଏମାନଙ୍କ ସହ ବାଲେଶ୍ବର ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶୁଭଶ୍ରୀ ସେଠୀ, ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂହ, ନୀଳଗିରି ବ୍ଲକ ଅଧ୍ୟକ୍ଷ ଜାନକୀ ସିଂହ, ସମିତି ସଭ୍ୟ କୃତିବାସ ବେହେରା, କମଳାକାନ୍ତ ରାଉତ, ଗଣେଶ୍ବର ସିଂହ, ଗୋପୀନାଥ ସିଂହ, ସୁମତି ସିଂହ, କମଳାକାନ୍ତ ସିଂହ, ସରପଞ୍ଚ ମୀତାରାଣୀ ସିଂହ, ଚନ୍ଦ୍ରମୋହନ ସିଂହ, ମନୋରଞ୍ଜନ ନାୟକ, ଶକୁନ୍ତଳା ମଲିକ, ମାୟାଧର ମାଧେଇ, ସ୍ନିଗ୍ଧା ମାଧେଇ, ସୁରେନ୍ଦ୍ର ସିଂହ, ଔପଦା ଜୋନ୍‌-୧ ବିଜେପି ସଭାପତି କାର୍ତ୍ତିକେଶ୍ବର ପରିଡ଼ା, ଉପସଭାପତି ସଚ୍ଚିନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଶଙ୍କର୍ଷଣ ପଣ୍ଡା, ଜୋନ୍‌-୨ ସଭାପତି ମନୋରଞ୍ଜନ ମହାନ୍ତି, ଉପ ସଭାପତି ଗୋପୀନାଥ ମହାପାତ୍ର, ନୀଳଗିରି ଜୋନ୍‌-୧୩ ସଭାପତି ବିଜୟ ଆଚାର୍ଯ୍ୟ, ଉପସଭାପତି ପ୍ରଦୀପ ଦାସ ପ୍ରମୁଖ ବିେଜଡି ହାତ ଧରିଥିଲେ।

ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ ସମିତି ସଭ୍ୟ ହିମାଂଶୁ ଶେଖର ପୋଥାଳ, ବିଭୂତି ଭୂଷଣ ବେହେରା, ସରପଞ୍ଚ ରଶ୍ମିତା ସେଠୀ, ସନ୍ତୋଷ ମହାପାତ୍ର ପ୍ରମୁଖ ବି ବିେଜଡିେର େଯାଗ ଦେଇଛନ୍ତି। ଅନ୍ୟପକ୍ଷରେ କୋରାପୁଟ, ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାର ବହୁ ବିଜେପି ନେତା ଓ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

କୋରାପୁଟ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ହାରି ଖେମୁଣ୍ଡୁ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ସିପିଆଇ ନେତା ଏସ୍‌ ରେଡ୍ଡୀ, ବିଜେପିର ତାରକେଶ୍ବର ରେଡ୍ଡୀ, ସୁନ୍ଦରଗଡ଼ ଜିଲ୍ଲା ଏସ୍‌ସି ସେଲ୍‌ ସଭାପତି ମଦନମୋହନ ପାତ୍ର, ଉତ୍ତମ କିଶାନ, ସରପଞ୍ଚ ଡିଲେଶ୍ବର କିଶାନ ନବୀନନିବାସରେ ବିଜେଡିରେ ମିଶିଛନ୍ତି।

ସମ୍ବନ୍ଧିତ ଖବର