ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ପ୍ରଶିକ୍ଷକ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଟାଟା ଫୁଟ୍‌ବଲ୍‌ ଏକାଡେମି ତାଲିମପ୍ରାପ୍ତ ଭାରତୀୟ କନିଷ୍ଠ ଦଳର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି ପରିଚାଳନା କରିଥିଲା ବେଳେ ଫୁଟ୍‌ବଲ୍‌ ଖେଳାଳି ଟୁନା ଖାଁନ୍‌, କୃଷ୍ଣଚନ୍ଦ୍ର ରଣା ଏବଂ ବିଭୁପ୍ରସାଦ ମିଶ୍ର ସହଯୋଗ କରିଥିଲେ।  ଉଦ୍‌ଯାପନୀ ଉତ୍ସବରେ ଆୟକର ବିଭାଗ ଅତିରିକ୍ତ ସଚିବ ପ୍ରଣତି ମିଶ୍ର, ୟୁନିଟ୍‌-୯ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମୟୀ ନନ୍ଦ, ସମାଜସେବୀ ପ୍ରଭାସିନୀ ମହାନ୍ତି, ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହରିପ୍ରିୟା ପଟ୍ଟନାୟକ, ୟୁନିଟ୍‌-୬ ଦୌଡ଼କୁଦ ସଂଘ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ଭୁବନେଶ୍ୱର ଦୌଡ଼କୁଦ ସଂଘ ସହସମ୍ପାଦକ ନବରଂଜନ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତେନ୍ଦୁ ମହାନ୍ତି, କ୍ଲବ୍‌ ୭୩ର ସର୍ବେଶ୍ୱର ନାୟକ, କର୍ପୋରେଟର ସେଖ୍‌ ନିଜାଉଦ୍ଦିନ୍‌ ଏବଂ ଫାଓ ମହିଳା ଓ୍ଵିଙ୍ଗ୍‌ର ସମ୍ପାଦିକା ସଙ୍ଗୀତା ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ବିଜୟିନୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସଙ୍ଗୀତା ଶର୍ମା ଏବଂ ହରିପ୍ରିୟା ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା ବୋଲି ଏହି ଶିବିରର ଆବାହକ ଉର୍ମିଳା ଦାସ ଜଣାଇଛନ୍ତି।

ସମ୍ବନ୍ଧିତ ଖବର