କିବ: ୟୁକ୍ରେନ୍ରେ କିଛିଦିନ ହେବ ଏକ ଟିଭି ସୋ’ ବେଶ ଚର୍ଚ୍ଚା ଓ ସମାଲୋଚନାର ପରିସରରେ ରହିଛି। ଏହି ସୋ’ ଯେଉଁ ପିଲାମାନଙ୍କୁ ପିତାର ପରିଚୟ ଜଣାନାହିଁ ସେହିମାନଙ୍କ ପିତାଙ୍କୁ ଖୋଜୁଛି । ତେବେ ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏକ ୧୨ବର୍ଷର ବାଳିକା ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଏହି ଶିଶୁଟିର ପିତା କିଏ ସେ ସମ୍ପର୍କରେ ନ୍ୟାସନାଲ ଟେଲିଭିଜନର ଏହି ସୋ ତଥ୍ୟ ସଂଗ୍ରହ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସିରିଜ ୟୁକ୍ରେନର ଏକ ଚାନେଲରେ ଆରମ୍ଭ ହୋଇଛି। ଏହାର ଦୁଇଟି ଏପିସୋଡ ଆରମ୍ଭ ମଧ୍ୟ ହୋଇସାରିଛି। ଏହି ସୋ’ର ନାମ ‘ଇଟ କନ୍ସର୍ନସ ଏଭ୍ରିବଡି’ ରଖାଯାଇଛି। ୟୁକ୍ରେନ୍ ଲିବବରେ ରହୁଥିବା ତାନ୍ୟା ଲୁଚିସିନ୍ ୧୧ବର୍ଷ ବୟସରେ ଅନ୍ତସତ୍ତ୍ୱା ହୋଇଥିଲେ। ତାନ୍ୟା ଅନ୍ତସତ୍ତ୍ୱା ଥିବା ସମୟରେ ନା ତାଙ୍କୁ ପେଟରେ କୌଣସି ଯନ୍ତ୍ରଣା, ନା ଶରୀରରେ କୌଣସି ଅସୁବିଧା ହୋଇଥିଲା। ସେ ଜଣେ ସାଧାରଣ ବାଳିକା ଭଳି ଖେଳୁଥିଲେ, ବୁଲିଥିଲେ ଏବଂ ସ୍କୁଲ ମଧ୍ୟ ଯାଉଥିଲେ। ତେବେ ସେ ଅନ୍ତସତ୍ତ୍ୱା ଥିବା କଥା ତିଳେ ମାତ୍ର ଜାଣି ନ ଥିଲେ। ଏକଦା ତାନ୍ୟା ତାଙ୍କ ମା’ଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ଡାକ୍ତରଖାନାରେ ମା’ଙ୍କ ଚିକିତ୍ସା ଚାଲିଥିବା ସମୟରେ ଡାକ୍ତର ତାନ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସନ୍ଦେହ କରିଥିଲେ। ତାନ୍ୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମା’ଙ୍କ ଠାରୁ ଅନୁମତି ମାଗିଥିଲେ ଡାକ୍ତର। ତାନ୍ୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଲା ସେ ଅନ୍ତସ୍ୱତ୍ତା ଅଛନ୍ତି। ଜଣେ ୧୧ବର୍ଷ ବାଳିକା ମା’ ବନିବାର ଖବର ପରିବାର ଲୋକ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା ପରି ଅନୁଭବ ହୋଇଥିଲା। କିଛିଦିନ ମଧ୍ୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ତେବେ ତାନ୍ୟା ‘ଇଟ କନ୍ସର୍ନସ ଏଭ୍ରିବଡି’ ସୋ’ରେ ଭାଗ ନେବା ପରେ ତାଙ୍କର ଏଭଳି ଅବସ୍ଥା ପଛର କାରଣ କ’ଣ। କିଏ ଏଥିପାଇଁ ଦାୟୀ ବୋଲି ପ୍ରଶ୍ନ କରାଯାଇଥିଲା। ତେବେ ତାନ୍ୟା ତାଙ୍କ ପଡୋଶୀ ଏଣ୍ଡିଙ୍କ ଉପରେ ସନ୍ଦେହ ଅଛି ବୋଲି କହିଥିଲେ। ଏହାପରେ ଡିଏନ୍ଏ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ବାହାରିଥିଲା। ଏହାପରେ ସୋ’ରେ ତାନ୍ୟାଙ୍କୁ ପୁଣିଥରେ ତାଙ୍କ ସନ୍ତାନର ପିତା କିଏ ବୋଲି ପ୍ରଶ୍ନ କରାଯାଇଥିଲା। ସେତେବେଳେ ତାନ୍ୟା ପରିବାର ଜଣେ ସଦସ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା କଥା କହିଥିଲେ। ଏହାପରେ ସୋ’ରେ ସମସ୍ତଙ୍କ ସନ୍ଦେହ ତାନ୍ୟାଙ୍କ ବାପା ଓ ଭାଇଙ୍କ ଉପରକୁ ଯାଇଥିଲା।
ତାନ୍ୟାଙ୍କ ପିତା ଇବାନ କହିଥିଲେ, ଯଦି ସେ ଦୋଷୀ ହୋଇ ଥାଆନ୍ତେ ତେବେ କାହିଁକି ଏହି ସୋ’କୁ ଆସିଥାଆନ୍ତେ। ସେହିପରି ତାଙ୍କ ଭାଇ ବୋଲୋଘା ଏହି ସୋ’ କାରଣରୁ ପିଲାମାନେ ତାଙ୍କୁ ସ୍କୁଲରେ ଚିଡାଉଛନ୍ତି ବୋଲି ବି କହିଥିଲେ।
ଏଣ୍ଡି, ତାନ୍ୟାଙ୍କ ପିତା ଓ ଭାଇଙ୍କ ଉପରେ ସନ୍ଦେହ ଜାତ ହେବାରୁ ସମସ୍ତଙ୍କ ଡିଏନ୍ଏ ପରୀକ୍ଷା କରାଯିବ। ସୋ’ ଶେଷରେ ଏହାର ପର୍ଦ୍ଦାଫାସ କରାଯିବ। ଏହି ସୋ’କୁ ନେଇ ୟୁକ୍ରେନ୍ରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲା ବେଳେ ଅନ୍ୟମାନେ ତାନ୍ୟାଙ୍କ ଏଭଳି ଅବସ୍ଥା ପାଇଁ ତାଙ୍କ ମା’ଙ୍କୁ ଦାୟୀ କରୁଛନ୍ତି। ଚାନେଲ ଠାରୁ ପଇସା ନେଇ ସେ ଏଭଳି କରିଥିବା ଅଭିଯୋଗ ଆସୁଛି।
ଲିବିବ ପୁଲିସ ଅଣ୍ଡର୍ ଏଜ ସେକ୍ସକୁ ନେଇ ଯାଞ୍ଚ ଆରମ୍ଭ କରିବା ଆରମ୍ଭ କରିଛି। ସେହିପରି ତାନ୍ୟାଙ୍କ ପିତା ସମ୍ପର୍କରେ ସଠିକ ତଥ୍ୟ ପାଇଁ ଅନ୍ୟ ଏକ ଡିଏନ୍ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି। ତାନ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଏଣ୍ଡିଙ୍କୁ ବି ଜେଲ ହୋଇପାରେ !