ମୁମ୍ବାଇ: କିଛି ଦିନ ତଳେ ଗଣମାଧ୍ୟରେ ଛାଇ ଯାଇଥିବା ନବବିବାହିତା ସୋନମ କପୁର୍ଙ୍କର ଆଜି ଜନ୍ମଦିନ। ସୋନମ ଆଜି ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋନମଙ୍କ ଜନ୍ମଦିନ ଅବସରରେ ସୋସିଆଲ୍ ମିଡିଆରେ ଏକ ଜବରଦସ୍ତ ପୋଷ୍ଟ ସେୟାର କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା।
Sambad is now on WhatsApp
Join and get latest news updates delivered to you via WhatsApp
ଆନନ୍ଦ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସୋନମଙ୍କର ଏକ କଳା-ଧଳା ଫଟୋ ଅପ୍ଲୋଡ୍ କରିଛନ୍ତି। ଅପ୍ଲୋଡ଼ କରିବା ପରେ ସେ ଲେଖିଛନ୍ତି କି ସୋନମ ନିଜ ଜନ୍ମଦିନ କେକ୍ ଦେଖିବା ପରେ ଏପରି ପ୍ରତିକ୍ରିୟା ଥିଲା ତାଙ୍କର। ଏହି ଫଟୋଟି ସେହି ସମୟର।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନମ କପୁର୍। ସିଖ୍ ସଂସ୍କୃତି ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ଅବସରରେ ସୋନମ ମୁମ୍ବାଇର ଏକ ପଞ୍ଚତାରିକା ହୋଟେଲ୍ରେ ଭୋଜି ଆୟୋଜନ କରିଥିଲେ। ପାର୍ଟିରେ ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ। ସେ ତାଙ୍କ ଦୀର୍ଘ ଦିନର ବ୍ୟବସାୟ ପ୍ରେମିକ ଅନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି।