ପୁରୀ: ଶ୍ରୀମନ୍ଦିର ଭିତର ଭଣ୍ଡାରର ଚାବି ବୁଧବାର ସନ୍ଧ୍ୟାରେ ମିଳିଥିବା ଜଣାପଡ଼ିଛି। ଏହା ରେକର୍ଡ ରୁମରେ ଥିଲା ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଚାବିଟି ଏକ ନାଲି ରଙ୍ଗର ଲଫାପା ଭିତରେ ଥିଲା। ଲଫାପାରେ ଭିତର ରତ୍ନ ଭଣ୍ଡାରର ଡୁପ୍ଲିକେଟ ଚାବି ବୋଲି ଲେଖାଅଛି। ପୂର୍ବରୁ ଚାବି ଖୋଲିବା ପାଇଁ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା। ଡୁପ୍ଲିକେଟ୍ ଚାବି ମିଳିଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଶ୍ରୀମନ୍ଦିର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ନୂତନ ସଞ୍ଚାର ଜାତ ହୋଇଛି। ପୁଣି କିଛି ଭକ୍ତ ମନରେ ଶଙ୍କା ସୃଷ୍ଟି ହୋଇଛି ଯେ, ଅରିଜିନାଲ ଚାବି ଗଲା କୁଆଡେ?
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଶ୍ରୀମନ୍ଦିରର ଭିତର ଭଣ୍ଡାର ଚାବି ହଜିବା ନେଇ ଗତ କିଛି ଦିନ ହେବ ରାଜ୍ୟ ସାରା ଆଲୋଚନ ହୋଇ ଆସୁଥିଲା। ଚାବି ହଜିବାକୁ ନେଇ ରାଜନୈତିକ ନେତାମାନେ ପ୍ରସଙ୍ଗ ଉଠାଇଥିଲେ। ବିଜେପି ପକ୍ଷରୁ ବୁଧବାର ଏତଲା ଦାୟର କରାଯିବା ପାଇଁ ଉଦ୍ୟମ ହୋଇଥିବା ବେଳେ ପୁଲିସ ଏହାକ ଗ୍ରହଣ କରି ନଥିଲା। ଚାବି ହଜିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କୁ ସନ୍ଦେହ କରିଥିଲେ।