ଛତରପୁର: ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୁଣି ଆମ୍ବୁଲାନ୍ସ ନମିଳିବାରୁ ନକରିବା ସ୍ଥାନରେ କରିବାକୁ ପଡ଼ିଛି ପ୍ରସୂତିଙ୍କ ପ୍ରସବ। ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଅଣଦେଖା କରାଯାଇ ଆମ୍ବୁଲାନ୍ସ ଦେବା ପାଇଁ ମଧ୍ୟପ୍ରଦେଶର ଛତରପୁରସ୍ଥିତ ଏକ ହସ୍ପିଟାଲ୍ ମନା କରି ଦେଇଥିଲା। ଫଳରେ ବାଧ୍ୟ ହୋଇ ପ୍ରସୂତିଙ୍କ ପ୍ରସବ ଏକ ଚଳନ୍ତା ବସ୍ ମଧ୍ୟରେ ହୋଇଥିବାର ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଆସିଛି ଯେ କମ୍ୟୁନିଟି ହସ୍ପିଟାଲ୍ର ଚିକିତ୍ସକମାନେ ପ୍ରସୂତିଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ପଠାଇ ଦେଇଥିଲେ। ମାତ୍ର ହସ୍ପିଟାଲ୍ ପକ୍ଷରୁ ମହିଳାଙ୍କ ସକାଶେ କୌଣସି ଯାନର ବ୍ୟବସ୍ଥା କରା ଯାଇନଥିଲା। ମହିଳା ଜଣକ ଯନ୍ତ୍ରଣା ପାଇ ପାଇଁ ଏକଦମ ଖରାପ ଅବସ୍ଥାରେ ପରିବାର ଲୋକଙ୍କ ସହ ଏକ ବସ୍ରେ ଚଢ଼ିଥିଲେ।
ଏ ସଂପର୍କରେ ମହିଳାଙ୍କ ସ୍ୱାମୀ କହନ୍ତି, ‘ମୁଁ ପ୍ରଥମେ ମୋ ପତ୍ନୀଙ୍କୁ କମ୍ୟୁନିଟି ହସ୍ପିଟାଲ୍କୁ ନେଇ ଯାଇଥିଲି। ସେଠାରେ ସେମାନେ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଥିଲେ। ହସ୍ପିଟାଲ୍ ପକ୍ଷରୁ କୌଣସି ଗାଡ଼ିର ବନ୍ଦୋବସ୍ତ କରାଯାଇ ନଥିବାରୁ ମୁଁ ଓ ମୋ ପତ୍ନୀ ଏକ ବସ୍ ଯୋଗେ ଯାତ୍ରା କରିଥିଲେ। ଚଳନ୍ତା ବସ୍ରେ ଆମ ପିଲା ଜନ୍ମ ନେଇଛି।
ଏହିପରି ସମାନ ଘଟଣା ଛତିଶଗଡ଼ର ଜଶପୁର ଅଞ୍ଚଳରେ ଘଟିଛି। ଜଣେ ପ୍ରସୂତି ରାସ୍ତ ଅସୁବିଧା ହେତୁ ଚାଲି ଚାଲି ଯାଉଥିବା ଅବସ୍ଥାରେ ମଙ୍ଗଳବାର ପିଲା ଜନ୍ମ କରିଥିବା ସୂଚନା ରହିଛି।