ମଣିଷ କର୍ମରେ ବନ୍ଧା। ସବୁ ମଣିଷଙ୍କୁ ନିଜର କର୍ମ ମୁତାବକ ଫଳ ମିଳିଥାଏ। ଯିଏ ଯେପରି କର୍ମ କରେ ତାକୁ ସେହିପରି ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଠିକ୍ ସେହିପରି ଯିଏ ଯେପରି ବନ୍ଧୁ ବନାଏ ସେ ସେହିପରି ପରିଣାମ ଭୋଗେ। ଖରାପ ବନ୍ଧୁର ପରିଣାମ ଖରାପ ହୋଇଥାଏ ଓ ଭଲର ଭଲ। ଶେଷ ସମୟରେ ଶରଶଯ୍ୟାରେ ଶୋଇଥିବା ବେଳେ ପିତାମହ ଭୀଷ୍ମ ପାଣ୍ଡବ ପାଞ୍ଚ ଭାଇଙ୍କୁ ଏମିତି କିଛି କଥା କହିଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଳସୁଆଙ୍କ ସାଙ୍ଗ ହୁଅନ୍ତୁ ନାହିଁ। ସେମାନଙ୍କ ସହ ରହିଲେ ଆପଣ ନିଜେ ବି ଅଳସୁଆ ହୋଇଯିବେ। ସେମାନେ ନିଜେ ତ କିଛି କରିବେ ନାହିଁ ଆଉ ଆପଣ କିଛି କରିବାକୁ ଚାହୁଁଥିଲେ ଗୋଡ଼ ଟାଣିବେ।
ଅବିଶ୍ୱାସୀ ବ୍ୟକ୍ତିଙ୍କ ସଙ୍ଗ ବର୍ଜନ କରନ୍ତୁ। ସେମାନେ କେଉଁ ମୁହୂର୍ତ୍ତରେ ଆପଣଙ୍କ ସହ ଖେଳ ଖେଳିଦେବେ ତାହା ଆପଣ ନିଜେ ବି ଜାଣିପାରିବେ ନାହିଁ।
କ୍ରୋଧୀ ଲୋକଙ୍କ ସବ ବନ୍ଧୁତା ବି ବିପଦଜନକ। ଭଲ ସମୟରେ ଭଲ, ମାତ୍ର ସେମାନେ ନିଜ କ୍ରୋଧ ସମୟରେ ହିତାହିତ ଜ୍ଞାନ ହରାଇ ବସନ୍ତି।
ରାଜା ଶ୍ରେଣୀୟ ଲୋକଙ୍କ ସହ ବି ସାଙ୍ଗ ହୁଅନ୍ତୁ ନାହିଁ। ସବୁବେଳେ ନିଜ ସମକକ୍ଷ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କଲେ ନିଜ ପାଇଁ ଭଲ।