ନୂଆଦିଲ୍ଲୀ: ଭାରତର ବିଶ୍ୱ ନମ୍ବର-୨ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିମାନରେ ତାଙ୍କ ସହିତ ହୋଇଥିବା ‘ଅସଦାଚରଣ’ ନେଇ ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରିଛନ୍ତି। ସେ ଶନିବାର ଟ୍ଵିଟ କରି ନିଜର ଅସନ୍ତୋଷ ଉପରେ ପ୍ରତିକ୍ରିୟା ଦେଖାଇଛନ୍ତି। କିନ୍ତୁ ପରେ ବିମାନ କମ୍ପାନି ‘ଇଣ୍ଡିଗୋ’ ଭୁଲ ମାଗିଛି। ରିୟୋ ଅଲମ୍ପିକରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଲେଖିଛନ୍ତି, ବଡ ଦୁଃଖର ସହିତ କହିବାକୁ ପଡୁଛି ଯେ, ନଭେମ୍ବର ୪ରେ ବିମାନ ନମ୍ବର ୬ଇ ୬୦୮ରେ ମୁମ୍ବାଇ ଯିବା ବାଟରେ ମତେ ବହୁତ ଖରାପ ଲାଗିଥିଲା। ଏହି ଘଟଣାରେ ସେ ଗ୍ରାଉଣ୍ଡ ଷ୍ଟାଫ୍ ଅଜିତେଷଙ୍କ ନାମ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ପୋଷ୍ଟରେ ସିନ୍ଧୁ ଲେଖିଛନ୍ତି, ଗ୍ରାଉଣ୍ଡ ଷ୍ଟାଫ୍ ଅଜିତେଶ ମୋ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଯେତେବେଳେ ଏୟାର ହୋଷ୍ଟେସ ଅସ୍ମିତା ତାଙ୍କୁ ଯାତ୍ରୀଙ୍କୁ (ମୋ ସହିତ) ଭଲ ବ୍ୟବହାର କରିବାକୁ ପରାମର୍ଶ ଦେବାକୁ ଉଦ୍ୟମ କରିଥିଲେ। ଯଦି ଏଭଳି ଲୋକ ଇଣ୍ଡିଗୋ ଭଳି ଜଣାଶୁଣା କମ୍ପାନିରେ କାମ କରିବେ, ତା କମ୍ପାନି ନିଜର ପରିଚୟ ହରାଇ ଦେବ।
@IndiGo6E pic.twitter.com/NxjRUlv2jI
— Pvsindhu (@Pvsindhu1) November 4, 2017