କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା ଦେଶ!

ନୂଆଦିଲ୍ଲୀ: ଦରମା ନେଇ ପ୍ରାୟ ଲୋକ ଅସନ୍ତୁଷ୍ଟ ଥାଆନ୍ତି। ଆମ ଦେଶ ଭାରତରେ ଲୋକେ ଯେତିକି ପରିଶ୍ରମ କରନ୍ତି , ସେତିକି ପାରିଶ୍ରମିକ ପାଇ ପାଆନ୍ତି ନାହିଁ। ଏମିତି ଲୋକ ବୋଧେ ନଥିବେ ଯିଏ ଅଧିକ ଦରମା ପାଇବା ପାଇଁ ନଚାହେଁ। ଯେଉଁମାନେ ଚାକିରି କରନ୍ତି ସମସ୍ତେ ଚାହାଁନ୍ତି କିପରି ଆମକୁ ଅଧିକ ଦରମା ମିଳୁ। ସମସ୍ତ ଭଲ ପ୍ୟାକେଜ ପାଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ଆପଣ ବି ଅଧିକ ଦରମା ପାଇବା ପାଇଁ ଚାହୁଁଥିବେ। ତେବେ ଆସନ୍ତୁ ଜାଣିବା ବିଶ୍ୱର କିଛି ଏପରି ଦେଶ ବିଷୟରେ ଯେଉଁଠି କର୍ମଚାରୀଙ୍କୁ ଅଧିକ ଦରମା ମିଳେ।

ଆମେରିକାର ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା ଯ ଆମେରିକା କେବଳ ଏକ ଶକ୍ତିଶାଳୀ ଦେଶ ନୁହେଁ, କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା ଦେଶଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ଅଛି ଆମେରିକା। ଆକେରିକାରେ ୩୧.୬ ପ୍ରତିଶତ ଟିକସ ଦେବା ପରେ ଜଣେ ବିକ୍ତି ଗୋଟିଏ ବର୍ଷରେ ପାଖାପାଖି ୪୧,୩୩୫ ଡଲାର ଦରମା ପାଏ।ୟ

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ଲକ୍ସିମବର୍ଗ ଦେଶ। ଏହି ଦେଶ ବିଷୟରେ ଲୋକେ ଅଧିକ ଜାଣିନଥିବେ। ଲକ୍ସିମବର୍ଗ ପୂରା ୟୁରୋପରେ ଆର୍ଥକ କେନ୍ଦ୍ର ରୂପେ ପରିଚିତ। ଏହି ଦେଶରେ ଜଣେ ବ୍ୟକ୍ତି ଗୋଟି ବର୍ଷରେ ୩୮,୯୫୧ ଡଲାର ଦରମା ପାଆନ୍ତି। ଏହି ଦେଶରେ ମୂଳ ଦରମାରୁ ୩୭.୭ ପ୍ରତିଶିତ ଟିକସ କାଟି କର୍ମଚାରୀଙ୍କୁ ଦରମା ଦିଆଯାଏ।

ନରୱେକୁ ଦୁନିଆର ସବୁଠାରୁ ଧନୀ ଦେଶ ମାନଙ୍କ ମଧ୍ୟରେ ଏକ କୁହାଯାଏ। ଏହାର କାରଣ ହେଲା ଏହି ଦେଶରେ ଭରି ରହିଛି ପ୍ରାକୃତିକ ଉତ୍ସ। ନରୱେରେ ତେଲ, ମାଛଧରା, ହାଇଡ୍ରୋପାୱାର ଓ ଖଣିଜ ଦବ୍ର୍ୟ ଅଧିକ ପରିମାଣରେ ମିଳେ।ନରୱେରେ ଲୋକଙ୍କୁ ଯେଉଁ ଦରମା ମିଳେ ତାହାର ୩୭ ପ୍ରତିଶତ ଟାକ୍ସ କାଟି ନିଆଯାଏ। ଏହା ପରେ ମଧ୍ୟ ବର୍ଷକୁ ସେମାନଙ୍କୁ ପ୍ରାୟ ୩୩,୪୯୨ ଡଲାର ଦରମା ମିଳେ।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଆସୁଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ତେଲ ଓ ଖଣିଜ ପଦାର୍ଥ ଉତ୍ପାଦନ ପାଇଁ ପ୍ରସିଦ୍ଧ। ଏହି ଦେଶରେ ବର୍ଷକୁ ଜଣେ ବ୍ୟକ୍ତିଙ୍କୁ ୩୧,୫୮୮ ଡଲାର ଦରମା ମିଳେ। ମୂଳ ଦରମାରୁ ୨୭,୭ ପ୍ରତିଶତ କାଟିବା ପରେ କର୍ମଚାରୀଙ୍କୁ ଏହି ଦରମା ପ୍ରଦାନ କରାଯାଏ।

ସମ୍ବନ୍ଧିତ ଖବର