ଚିତ୍ରକୂଟ ବିଧାନସଭା ଉପନିର୍ବାଚନ: ବିଜେପି ପ୍ରତିଦ୍ୱନ୍ଦୀଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ନୀଳାଂଶୁ ଚତୁର୍ବେଦୀ ଆଗୁଆ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଅନ୍ତର୍ଗତ ଚିତ୍ରକୂଟ ବିଧାନସଭା ଉପନିର୍ବାଚନର ଭୋଟ ଗଣତିରେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନବମ ରାଉଣ୍ଡ୍ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ନୀଳାଂଶୁ ଚତୁର୍ବେଦୀ ବିଜେପି ପ୍ରାର୍ଥୀ ଶଙ୍କର ଦୟାଲ ତ୍ରିପାଠୀଙ୍କ ଠାରୁ ୧୮୦୦୦ ଭୋଟ୍ରେ ଆଗୁଆ ଥିଲେ। ଆସିଥିବା ସର୍ବଶେଷ ବିବରଣୀ ଅନୁସାରେ, ୧୧ଶ ରାଉଣ୍ଡ୍ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ୧୭, ୨୯୮ ଖଣ୍ଡ ଭୋଟ୍ରେ ଆଗୁଆ ଥିଲେ। ୧୫ଶ ରାଉଣ୍ଡ୍ ଗଣତି ପରେ ନୀଳାଂଶୁ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୬, ୮୨୪ ଖଣ୍ଡ ଭୋଟ୍ରେ ଆଗୁଆ ଥିଲେ।
ତିନି ତିନି ଥର ଜିଣିଥିବା ଚିତ୍ରକୂଟର କଂଗ୍ରେସ ବିଧାୟକ ପ୍ରେମ ସିଂହ ଗତ ମେ ମାସରେ ମୃତ୍ୟୁ ବରଣ କରିବା ପରେ ସେ ଆସନ ଖାଲି ପଡ଼ିଥିଲା।