ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୧୯
ପୁରସ୍କାର ଅଧିକ କାମ କରିବାକୁ ପ୍ରେରଣା ଦିଏ
ପ୍ରଶ୍ନ: ଶିକ୍ଷାନୁଷ୍ଠାନ ସ୍ଥାପନ କରି ଆପଣ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। କିଭଳି ରହିଛି ଆପଣଙ୍କ ଅନୁଭୂତି?
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତର: ମୋତେ ବହୁତ ଆନନ୍ଦ ଲାଗେ। ମାତ୍ର ୫ ହଜାର ଟଙ୍କାର ମୂଳ ପୁଞ୍ଜିରେ ଆରମ୍ଭ ହୋଇଥିବା ଶିକ୍ଷାନୁଷ୍ଠାନ ଯେ ଦିନେ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିବ ଓ ବିଶେଷ କରି ସମାଜସେବା ଅନୁଷ୍ଠାନର ସବୁ ଶାଖା ସୁଦୂର ପ୍ରସାରୀ ହୋଇପାରିବ, ଏକଥା କେବେ ଆଶା କରିନଥିଲି।
ପ୍ରଶ୍ନ: ରାଜ୍ୟସଭାକୁ ମନୋନୀତ ହେବା ପରେ ବୃତ୍ତିଗତ ଓ ରାଜ୍ୟନୈତିକ ଜୀବନ ଭିତରେ କିଭଳି ସମନ୍ବୟ ରକ୍ଷା କରୁଛନ୍ତି?
ଉତ୍ତର: ଦୁଇଟି ଭିନ୍ନ ଭିନ୍ନ ଦିଗ ପ୍ରତି ସମାନ ଭାବେ ସମୟ ଦେବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର। କିନ୍ତୁ ଯେଉଁମାନେ କର୍ମଠ ଓ ଯେଉଁମାନଙ୍କ ଉଦ୍ଦେଶ୍ୟ ସକାରାମତ୍କ, ସେମାନେ ଉଭୟ ଦିଗକୁ ଉଚିତ ସମୟ ଦେଇପାରିବେ ଏବଂ ମୁଁ ମଧ୍ୟ ଦେଇପାରୁଛି।
ପ୍ରଶ୍ନ: ଆପଣଙ୍କର କ’ଣ ଭବିଷ୍ୟତ ଯୋଜନା ରହିଛି?
ଉତ୍ତର: କିଟ୍ ଏକ ଲବ୍ଧ ପ୍ରତିଷ୍ଠିତ ବୈଷୟିକ ବିଶ୍ବବିଦ୍ୟାଳୟ। ଏହାର ଅନ୍ୟ କୌଣସି ଶାଖା ବାହାରେ ଖୋଲିବୁ ନାହିଁ। ମାତ୍ର କିସ୍ର ବିଭିନ୍ନ ଶାଖା ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଖୋଲିବାକୁ ଯୋଜନା ରହିଛି।
ପ୍ରଶ୍ନ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍କୁ ଆପଣ କିଭଳି ଦେଖୁଛନ୍ତି?
ଉତ୍ତର: ଯେ କୌଣସି ପୁରସ୍କାରର ପ୍ରୟାସ ସର୍ବଦା ସ୍ବାଗତଯୋଗ୍ୟ। ଗତବର୍ଷ ଏହି ପୁରସ୍କାର ଅନେକଙ୍କୁ ପ୍ରୋତ୍ସହନ ଦେଇଛି ଓ ଚଳିତ ସଂସ୍କରଣରେ ମଧ୍ୟ ପ୍ରୋତ୍ସାହିତ କରିବ। ପୁରସ୍କାର ପାଉଥିବା ବ୍ୟକ୍ତି ଅଧିକ କାମ କରିବାକୁ ଉତ୍ସାହିତ ହୋଇଥାନ୍ତି। ପୁରସ୍କାର ଆହୁରି ଅଧିକ କାମ କରିବାକୁ ପ୍ରେରଣା ଦିଏ।
ପ୍ରଶ୍ନ: ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ଆପଣ କ’ଣ ବାର୍ତା ଦେବେ?
ଉତ୍ତର:ଉଦ୍ୟୋଗୀ ହେବା ଜୀବନର ସବୁଠୁ ବଡ଼ ସଫଳତା। ଜଣେ ସଚ୍ଚୋଟ ଉଦ୍ୟୋଗୀ ହୋଇପାରିଲେ ସେଥିରୁ ପ୍ରଚୁର ଆନନ୍ଦ ମିଳେ। ଧୈର୍ଯ୍ୟ ରଖିଲେ, ସଚ୍ଚୋଟ ରହିଲେ ଓ କାମ କରି ଚାଲିଲେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ହେବ।