ମନୁଷ୍ୟର ନାକ କେବଳ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଉଦ୍ଦିଷ୍ଟ ନୁହେଁ ବା କେବଳ ନିଶ୍ୱାସ ନେବାର ମାଧ୍ୟମ ନୁହେଁ। ଆହୁରି ମଧ୍ୟ କେବଳ ଏହା ଜରିଆରେ ଆମେ କୌଣସି ଦ୍ରବ୍ୟକୁ ଶୁଂଘି ପାରୁ। ହେଲେ ଆପଣ କ’ଣ ଜାଣନ୍ତି ଯେ ନାକର ଗଠନରୁ ଜଣାପଡ଼ିପାରେ ବ୍ୟକ୍ତିର ସ୍ୱଭାବ ଏବଂ ଭାଗ୍ୟ। ହଁ ସମୁଦ୍ର ଶାସ୍ତ୍ରରେ ଏ ସଂପର୍କରେ ବର୍ଣ୍ଣନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କର ନାକ ଲମ୍ବା ଏବଂ ସିଧା ସେମାନେ ବ୍ୟବହାର କୁଶଳୀ ଏବଂ ସେମାନଙ୍କ ହୃଦୟ ବି ନିର୍ମଳ। ମୋଟାମୋଟି ସେମାନେ ଭଲ ମଣିଷ। ଯେଉଁମାନଙ୍କର ନାକ ଶୁଆ ଭଳି ତଳକୁ ମୁହାଁଇଥାଏ, ସେମାନେ ଭାଗ୍ୟବାନ୍ ଏବଂ ସମୟ ସହିତ ତାଳ ଦେଇ ଚାଲିବାରେ ବିଶ୍ୱାସ କରନ୍ତି। ସେମାନେ ଖୁବ୍ ବୁଦ୍ଧିମାନ୍ ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲିଖିତ ରହିଛି। ଏମାନେ ଅଧିକାଂଶ କ୍ଷେତ୍ରରେ ସୁଖୀ ବୋଲି ମଧ୍ୟ କୁହାଯାଏ।
ଅପରପକ୍ଷରେ ଯେଉଁମାନଙ୍କର ନାକ ଲମ୍ବା କିନ୍ତୁ ମୋଟା ସେମାନେ ଖୁବ୍ ସୁବିଧାବାଦୀ। ଯେଉଁମାନଙ୍କର ନାକ ଛୋଟ ଏବଂ ତାର ଅଗ୍ରଭାଗ ମୋଟା ହୋଇଥିବ ସେହି ବ୍ୟକ୍ତିମାନେ ଖୁବ୍ ରୋମାଣ୍ଟିକ୍। ସେମାନେ ସହଜରେ ଜଣଙ୍କୁ ନିଜ ପ୍ରେମ ଫାସରେ ପକାଇ ପାରନ୍ତି। ଏମାନେ ପ୍ରସ୍ତାବିତ ବିବାହ ଅପେକ୍ଷା ପ୍ରେମ ବିବାହରେ ବିଶେଷ ଖୁସି ହୋଇଥାନ୍ତି।
ସାଧାରଣତଃ ଯେଉଁ ମହିଳାଙ୍କର ନାକ ଲମ୍ବା ସେମାନେ ଜୀବନରେ ସୁଖ ସମୃଦ୍ଧି ପାଇଥାନ୍ତି। ଅନ୍ୟ ପକ୍ଷରେ ଯେଉଁ ମହିଳାଙ୍କର ନାକ ଛୋଟ ସେ ଜୀବନସାରା ସଂଘର୍ଷ କରିଥାନ୍ତି ବୋଲି କୁହାଯାଏ। ଯଦି ପୁରୁଷଙ୍କ ନାକ ଥିବା ଛିଦ୍ର କ୍ଷୁଦ୍ର ହୋଇଥାଏ ତେବେ ସେ ଭାଗ୍ୟବାନ୍ ବୋଲି ଧରିବାକୁ ପଡ଼ିବ। ଏହା ବି ସମୁଦ୍ର ଶାସ୍ତ୍ରରେ ଉଲ୍ଲିଖିତ ରହିଛି।