ଝାଡ଼ଖଣ୍ଡ: ୫୦ ଟଙ୍କା ବାଜି ଜିଣିବାକୁ ବୁଡ଼ି ମରିଥିବା ବ୍ୟକ୍ତି

ରାମଗଡ଼: ମାତ୍ର ୫୦ ଟଙ୍କା ବାଜି ଜିଣିବାକୁ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ଦାମୋଦରର ଜଣେ ୪୫ ବର୍ଷିୟ ବ୍ୟକ୍ତି ନଈ ପହଁରି ସେପାରିକୁ ଯିବା ପାଇଁ ଉଦ୍ୟମ କରି ବୁଡ଼ି ମରିଛନ୍ତି। କଥା ହେଲା- ସେ ପହଁରି ଶିଖି ନ ଥିଲେ!

ମଙ୍ଗଳବାର ଦିନ ଗୌତମ ସ’ଙ୍କୁ ନଦୀକୂଳରେ ସଂସ୍କାର କରାଯାଇଛି। ଦୁଇ ଦିନ ତଳେ ସେ ଗ୍ରାମବାସୀଙ୍କ ସହ ଜଣେ ପଡ଼ୋଶୀଙ୍କର ଅନ୍ତିମ ସଂସ୍କାର ପାଇଁ ଯାଇଥିବା ସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ପରିବାସର ସଦସ୍ୟମାନେ ଗୁରୁବାର ଦିନ ପୁଲିସକୁ କହିଛନ୍ତି।
ସ୍ଥାନୀୟ ପ୍ରଥାର ଅଂଶ ସ୍ୱରୂପ ସ’ ରବିବାର ଦିନ ନଈକୁ ଗାଧୋଇ ଯାଇଥିବାବେଳେ ଜଣେ ବନ୍ଧୁ ତାଙ୍କୁ ଏ ଭଳି ଚାଲେଞ୍ଜ୍‌ ଦେଇଥିଲେ।

ମଙ୍ଗଳବାର ଦିନ ସ’ଙ୍କ ଶବ ନଈରୁ ଉଦ୍ଧାର କରାଯାଇଥିଲା ବୋଲି ରାମଗଡ଼ ପୁଲିସ ଇନ୍‌ସ୍‌ପେକ୍ଟର୍‌ ରାଜେଶ କୁମାର କହିଛନ୍ତି।

ପତ୍ନୀ ଏବଂ ପାଞ୍ଚ ନାବାଳିକା ଝିଅଙ୍କ ସମେତ ସାତ ଜଣ ସଦସ୍ୟ ବିଶିଷ୍ଟ ପରିବାରର ଏକ ମାତ୍ର ରୋଜଗାରିଆ ଥିଲେ ସ’। ତାଙ୍କ ପତ୍ନୀ ଜଣେ ଟି.ବି. ରୋଗୀ ବୋଲି କହନ୍ତି ସ’ଙ୍କ ବଡ଼ ଭାଇ ସୁରେଶ।

ସେ ପହଁରା ଶିଖି ନ ଥିଲା। ଆମେ ତାକୁ ନଈକୁ ଯିବାକୁ ମନା କଲୁ, କିନ୍ତୁ ସେ ଆମ କଥା ଶୁଣିଲା ନାହିଁ। ଆମେମାନେ ମଧ୍ୟ ପହଁରା ଶିଖି ନ ଥିବାରୁ ଆମକୁ ମୂକ ଦେଖଣାହାରୀ ସଜାଇ ସେ ବୁଡ଼ିଗଲା ବୋଲି ସୁରେଶ କହନ୍ତି।

ସୁରେଶ କହନ୍ତି: ଗୌତମର ଅନ୍ତରଙ୍ଗ ବନ୍ଧୁ ଶ୍ୟାମ ବିହାରି ବାଜି ପକାଇଥିଲା ଏବଂ ଅନ୍ୟ ଜଣେ ବନ୍ଧୁରେ ବନ୍ଧୁ ରମୁ ସାଥିରେ ଆରକୂଳକୁ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେ ଯାହାହେଉ, ଉଭୟ ମଝିନଈରେ ପହଞ୍ଚି ବୁଡ଼ିବାକୁ ଲାଗିଲେ। ରମୁ ଫେରି ଆସିଲା, କିନ୍ତୁ ଗୌତମ ଆଗେଇ ଚାଲିଲା। ବିପଦ୍‌ କଥା ସେ ଜାଣିଲା ବେଳକୁ ବହୁତ ଡେରି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର